Hockey

ସ୍ପେନ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ ଭାରତ

(ଭୁବନେଶ୍ୱର) : ଆଜି ଭାରତୀୟ ପୁରୁଷ ହକି ଦଳ ପ୍ରଥମ ଘରୋଇ ମ୍ୟାଚ୍‌ ସ୍ପେନ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ । ଏଥିପାଇଁ ଉଭୟ ଦଳ ପ୍ରସ୍ତୁତି ଶେଷ କରିଛନ୍ତି । ଆଜି-କାଲି ଦୁଇଟି ମ୍ୟାଚ୍‌ ଖେଳାଯିବ । ଶନିବାର ଭାରତ ଘରୋଇ ଗ୍ରାଉଣ୍ଡରେ ସ୍ପେନକୁ ଭେଟିବାକୁ ଯାଉଛି । ପୂର୍ବରୁ ସ୍ପେନ ୨ଟି ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳି ପରାଜିତ ହୋଇଛି । ଭାରତ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିବା ନେଇ ଲକ୍ଷ୍ୟ ରଖିଛି ।

ସୂଚନାନୁଯାୟୀ , ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ବଡ଼ ଟୁର୍ଣ୍ଣାମେଣ୍ଟ ଭାବେ ପ୍ରୋ ଲିଗ୍‌ ଖେଳିବା ଆରମ୍ଭ କରିଥିଲା ଭାରତ । ପ୍ରଥମ ୪ଟି ମ୍ୟାଚ୍‌ରୁ ୩ଟି ଜିତି ଦଳର ମନୋବଳ ଦୃଢ଼ ରହିଛି । ଘରୋଇ ଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଦଳ ଦୁଇଟି ଯାକ ମ୍ୟାଚ୍‌ ଜିତି ପୂରା ୬ ପଏଣ୍ଟ ହାସଲ କରିବାକୁ ଯୋଜନା ରଖିଛି । ପୂର୍ବ ସଂସ୍କରଣରେ ଭାରତ ଘରୋଇ ଗ୍ରାଉଣ୍ଡରେ ନେଦରଲାଣ୍ଡସ, ବେଲଜିୟମ, ଅଷ୍ଟ୍ରେଲିଆ ଭଳି ଦଳକୁ ପରାଜିତ କରିଥିଲା । ଏଥର ମଧ୍ୟ ଦଳଠୁ ସେଭଳି ପ୍ରଦର୍ଶନ ଆଶା ରହିଛି ।

 

Related posts

ଆଜିଠାରୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ ମୁହା ମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ଫ୍ରାନ-ଚୀନ୍

Odisha Sports Bureau

ମଣିପୁର ହକି ଦଳର ସଂଘର୍ଷ

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ ଘୋଷଣା

Odisha Sports Bureau