ନୂଆଦିଲ୍ଲୀ : ଘରୋଇ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ୪-୧ରେ ଟି-୨୦ ସିରିଜ ଜିତିଛି। ରବିବାର ପଞ୍ଚମ ମ୍ୟାଚରେ ଭାରତ ୮୮ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଭାରତୀୟ ସ୍ପିନରମାନେ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଥିଲେ ଏବଂ ଟି -୨୦ କ୍ରିକେଟ୍ ରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିବା ଭାରତ ପ୍ରଥମ ଦେଶ ହୋଇପାରିଛି । ତେବେ ପଞ୍ଚମ ମ୍ୟାଚରେ ରୋହିତ ଶର୍ମା, ଋଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ୍ ବିଶ୍ରାମ ନେଇଥିଲେ । ଏହା ସତ୍ୱେ ଟିମ୍ ଇଣ୍ଡିଆ ୮୮ ରନ୍ରେ ମ୍ୟାଚ୍ ଜିତିଥିଲା । ଦଳ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୮୮ରନ୍ କରିଥିଲା ।
ଜବାବରେ ଟିମ୍ ଇଣ୍ଡିଆ ସ୍ପିନରଙ୍କୁ ସମ୍ମୁଖୀନ ହୋଇନପାରି ୱେଷ୍ଟଇଣ୍ଡିଜ୍ ଦଳ ୧୦୦ରନରେ ଅଲଆଉଟ୍ ହୋଇଯାଇଥିଲା । ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲ ମ୍ୟାନ ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଅର୍ଶଦୀପ ସିଂଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା।
ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଓଡେନ ସ୍ମିଥ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ଜାସନ ହୋଲ୍ଡର, ଡୋମିନିକ୍ ଡ୍ରେକ୍ସ ଓ ହେଡେନ ୱାଲ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ୧୮୯ ରନର ବିଜୟ ଲକ୍ଷ୍ୟ ନେଇ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଆରମ୍ଭ କରିଥିଲା । ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କ ଘାତକ ସ୍ପିନର ସମ୍ମୁଖୀନ ହୋଇନପାରି ଘରୋଇ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।