Cricket

ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ମ୍ୟାଚରୁ ବାଦ ପଡିଛନ୍ତି

ଭୁବନେଶ୍ୱର: ଦ୍ୱିତୀୟ ଟି-୨୦ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜି ମୁକାବିଲା ହେବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପ୍ରଥମ ମ୍ୟାଚ ଜିତି ସାରିଛି । ତେବେ ଏହି ମ୍ୟାଚ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ସେପଟେ ପ୍ରଥମ ମ୍ୟାଚ ହାରିଥିବା ଶ୍ରୀଲଙ୍କା ଏହି ମ୍ୟାଚ ଜିତିବାକୁ ସଂଘର୍ଷ କରିବ । ଏହାରି ଭିତରେ ଦିର୍ଘଦିନ ପରେ ଭାରତୀୟ ଦଳରେ ଖେଳିବାକୁ ସୁଯୋଗ ପାଇଥିବା ୱିକେଟ କିପର ବ୍ୟାଟର ସଞ୍ଜୁ ସାମସନ ଆହତ ଯୋଗୁଁ ଏହି ମ୍ୟାଚରୁ ବାଦ ପଡିଛନ୍ତି । ତାଙ୍କର ବାମ ଗୋଡ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମଳିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାଉଡ୍ରି ଲାଇନ୍ ଫିଲଡିଂ କରିବା ସମୟରେ ତାଙ୍କୁ ଆଣ୍ଠୁରେ ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ ତାଙ୍କ ବଦଳରେ ବିଦର୍ଭ ୱିକେଟ କିପର ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିଛି । ହେଲେ ଚୁଡାନ୍ତ ଏକାଦଶରେ ତାଙ୍କୁ ସ୍ଥାନ ମିଳିନପାରେ । ସଞ୍ଜୁଙ୍କ ବଦଳରେ ବ୍ୟାଟର ରାହୁଲ ତ୍ରୀପାଠୀ ଆଜି ଡେଭ୍ୟୁ କରିବେ ବୋଲି କୁହାଯାଉଛି ।

Related posts

ପ୍ରତ୍ୟେକ ମ୍ୟାଚ୍ ସହିତ, ଏକ ନୂତନ ସଫଳତା, ଇତିହାସ ରଚିଲେ ବିରାଟ

Odisha Sports Bureau

ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

Odisha Sports Bureau

ଜସପ୍ରିତ ବୁମରାହଙ୍କୁ ହଠାତ୍ ଟିମ୍ ଇଣ୍ଡିଆରୁ କାହିଁକି ବାହାର କରାଗଲା? ବିସିସିଆଇ ଏହି ରହସ୍ୟ ଉପରେ ସ୍ପଷ୍ଟ କରିଛି।

Odisha Sports Bureau