Cricket

୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ

ମୁମ୍ବାଇ : ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମୀରେ ଅଦାନୀ ଗ୍ରୁପ୍ ୧୨୮୯ କୋଟି ଟଙ୍କା ସହ ସର୍ବାଧିକ ବିନିମୟରେ ଅହମ୍ମଦାବାଦ ଟିମକୁ କିଣିଛି । ମୁମ୍ବାଇ ଟିମକୁ ଇଣ୍ଡିଆବିନ୍ ସ୍ପୋର୍ଟ୍ସ ପ୍ରାଇଭେଟ ଲିମିଟେଡ ୯୧୨.୯୯ କୋଟି ଟଙ୍କାରେ କିଣିଛି । ସେହିପରି ବେଙ୍ଗାଲୋର ଟିମକୁ ରୟାର୍ଲସ ଚ୍ୟାଲେଞ୍ଜର୍ସ ସ୍ପେର୍ଟ୍ସ ୯୦୧ କୋଟି ଟଙ୍କାରେ କିଣିଛି । ଦିଲ୍ଲୀ ଟିମକୁ ଜେଏସଡବ୍ଲ୍ୟୁ ଜିଏମଆର କ୍ରିକେଟ ୮୧୦ କୋଟି ଟଙ୍କାରେ କିଣିଛି । ଲକ୍ଷ୍ନୌ ଟିମକୁ କେପ୍ରି ଗ୍ଲୋବାଲ ହୋଲଡିଂସ୍ ୭୫୭ କୋଟି ଟଙ୍କାରେ କିଣିଛି ।

ପୁରୁଷ ଆଇପିଏଲ କ୍ରିକେଟ ମ୍ୟାଚର ଲୋକପ୍ରିୟତାକୁ ନଜରରେ ରଖି ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ମହିଳା ଆଇପିଏଲ ନିଲାମ ବାବଦରେ ବିସିସିଆଇ ମୋଟ ୪୬୬୯.୯୯ କୋଟି ଟଙ୍କା ପାଇବ ବୋଲି ବୁଧବାରଦିନ ବିସିସିଆଇ ସଚିବ ଜୟ ଶାହା ଘୋଷଣା କରିଛନ୍ତି । ଆସନ୍ତା ୧୦ ବର୍ଷରେ ବିସିସିଆଇ ଏହି ରାଶି ପାଇବ । ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ । ଗତ ସପ୍ତାହରେ ଭାୟାକମ-୧୮ ମହିଳା ଆଇପିଇଏଲର ପ୍ରସାରଣ ଅଧିକାର ୯୫୧ କୋଟିରେ କିଣିଥିଲା । ମହିଳା ଆଇପିଏଲ ଆରମ୍ଭ ହେବା ଦ୍ବାରା ବିଶ୍ବ ମହିଳା କ୍ରିକେଟରେ ଏକ ବୈପ୍ଲବିକ ପରିବର୍ତ୍ତନ ଆରମ୍ଭ ହେବ ବୋଲି ଜୟ ଶାହା କହିଛନ୍ତି ।

Related posts

ଆଫ୍ରିଦିଙ୍କୁ ଟି -୨୦ ବିଶ୍ୱକପ୍ ଟୁର୍ନାମେଣ୍ଟ ଆମ୍ବାସଡର କଲେ ଆଇସିସି; ଯୁବରାଜଙ୍କ ପରେ ଆଫ୍ରିଦିଙ୍କୁ ମିଳିଲା ଏହି ଦାୟିତ୍ୱ

Odisha Sports Bureau

ଭାରତୀୟ ମହିଳା କ୍ରିକେଟ ଦଳର ସ୍ମୃତି ମାନ୍ଧାନା ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି

ବିସ୍ଫୋରକ ବ୍ୟାଟିଂ ବଳରେ କ୍ରିସ ଲିନଙ୍କ ରେକର୍ଡ

Odisha Sports Bureau