Cricket

ଆପିଏଲ ୨୦୨୩: ଆଜି ମୁହାଁ ମୁହିଁ ହେବେ କୋଲ୍କାତା ନାଇଟ୍ ରାଇଡର୍ସ କୁ ସନ୍ରାଇଜର୍ସ ହାଇଦ୍ରାବାଦ

କୋଲ୍କାତା: ରିଙ୍କୁ ସିଂହଙ୍କ ଅବିଶ୍ବସନୀୟ ମ୍ୟାଚ୍ ବିଜୟୀ ପାଳି ପରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷରେ ରହିଛି। ଚଳିତ ସଂସ୍କରଣରେ କେକେଆର୍ ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସଠୁ ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ମ୍ୟାଚ୍ରେ ଦୁଇଜଣ ମ୍ୟାଚ୍ ବିଜୟୀଙ୍କୁ ଠାବ କରିପାରିଥିଲା। ପ୍ରଥମେ ଶାର୍ଦ୍ଦୁଳ ଠାକୁରଙ୍କ ବିଷ୍ଫାରକ ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮୧ ରନ୍ରେ ପରାସ୍ତ କରିଥିଲା। ଏଥିରେ ଠାକୁର ୨୯ ବଲ୍ରୁ ୬୮ ରନ୍ କରିଥିଲେ। ପରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରିଙ୍କୁ ଶେଷ ଓଭରରେ ୫ ବଲ୍ରୁ ୫ ଛକା ମାରି ଅବିଶ୍ବସନୀୟ ଭାବେ ଦଳକୁ ଜିତାଇଥିଲେ। ଏଡେନ୍ ମାର୍କ୍ରମଙ୍କ ନେତୃତ୍ବାଧୀନ ହାଇଦ୍ରାବାଦରେ ହାରି ବ୍ରୁକ୍, ମୟଙ୍କ ଅଗ୍ରୱାଲ, ହେନରିକ କ୍ଲାସେଁଙ୍କ ପରି ବଡ଼ବଡ଼ ନାଁ ରହିଛି। କାରଣ ହାଇଦ୍ରାବାଦ ପ୍ରଥମ ଦୁଇ ମ୍ୟାଚ୍ରେ ଆଶାନୁରୂପକ ପ୍ରଦର୍ଶନ ଦେଇପାରିନଥିଲା। ତଥାପି ରାହୁଲ ତ୍ରିପାଠୀଙ୍କ ୭୪ ରନ୍ ସହାୟତାରେ ଦଳ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ପ୍ରଥମ ବିଜୟ ପାଇଥିଲା। ଏବେ ବ୍ରାଏନ୍ ଲାରାଙ୍କ ଦ୍ବାରା ପ୍ରଶିକ୍ଷିତ ଏହି ଦଳ ବିଜୟ ଧାରା ଜାରି ରଖିବାକୁ ଚାହିଁବ। ଭୁବନେଶ୍ବର କୁମାରଙ୍କ ନେତୃତ୍ବାଧୀନ ବୋଲିଂ କ୍ରମରେ ମାର୍କୋ ଜାନସେନ ଏବଂ ସ୍ପିନର ୱାସିଂଟନ୍ ସୁନ୍ଦର, ମୟଙ୍କ ମାର୍କଣ୍ଡେଙ୍କୁ ପ୍ରାରମ୍ଭିକ ସଫଳତା ମିଳିଲେ ଦଳ ପୁଣି ଥରେ ବିଜୟୀ ହେବା ଆଶା ରଖିପାରିବ।

Related posts

ଶିଖର ଧାୱାନଙ୍କ ମନର କଥା

ନା ଦ୍ରାବିଡ ନା ଲକ୍ଷ୍ମଣ ! କୋଚିଂ ଷ୍ଟାଫରେ ଆସିବ ନୂଆ ଚେହେରା

Odisha Sports Bureau

ଆଜି ବି ଭାରତୀୟଙ୍କ ମନରେ ଅଭୁଲା ହୋଇ ରହିଛି ୧୯ ନଭେମ୍ବର

Odisha Sports Bureau