Cricket

ଆଜି ମୋହାଲିରେ ମୁହାଁମୁହିଁ ହେବେ ପଞ୍ଜାବ- ବାଙ୍ଗାଲୋର

ଚଳିତ ଆଇପିଏଲ୍ର ୨୭ତମ ମ୍ୟାଚ ପଞ୍ଜାବ କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) କୁ ଭେଟିବ। ମ୍ୟାଚ ପୂର୍ବରୁ ଚିନ୍ତାରେ ଘରୋଇଦଳ । ଦଳର ଅଧିନାୟକ ଶିଖର ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ଖେଳିପାରିନଥିଲେ। ତେବେ ସାମ୍ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍କୁ ୨ ୱିକେଟ୍ରେ ଜିତି ନେଇଥିଲା। ଦଳର ଏହି ବିଜୟରେ ଜିମ୍ବାୱେ ଅଲ୍ରାଉଣ୍ଡର ସିକନ୍ଦର ରାଜା ଙ୍କ ବଡ଼ ଭୂମିକା ଥିଲା ବେଳେ ମାଥ୍ୟୁ ସର୍ଟ, ହରପ୍ରୀତ ସିଂହ ଓ ଶାହରୁଖ ଖାନ୍ ମୂଲ୍ୟବାନ ଅବଦାନ ରଖିଥିଲେ। ତଥାପି ଧାୱନ୍ଙ୍କ ଅନୁପସ୍ଥିତି ପଞ୍ଜାବ ପାଇଁ ଓପନିଂ ସମସ୍ୟା ସୃଷ୍ଟି କରିଥିଲା। ସେପଟେ ଆର୍ସିବି ଅଧିନାୟକ ଫାଫ ଡୁ’ପ୍ଲେସିସ ଓ ବିରାଟ କୋହଲି ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ଗଣାଯାଉଛନ୍ତି। ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ ଜୋସ ବଟଲରଙ୍କ ପରେ ଏମାନେ ରହିଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଚତୁର୍ଥରେ ଖେଳିବାକୁ ଆସୁଥିଲା ବେଳେ ତାଙ୍କ ପଛକୁ ପଛ ଶାହବାଜ ଅହମଦ, ଦୀନେଶ କାର୍ତ୍ତିକ ଓ ସୂୟାଶ ପ୍ରଭୂଦେଶାଇଙ୍କୁ ନେଇ ଆର୍ସିବିର ବ୍ୟାଟିଂକ୍ରମ ଦୃଢ଼ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ କୋହଲି ଓ ମହିପାଲ ଲୋମରର ଶସ୍ତାରେ ଆଉଟ୍ ହେବାରୁ ଦାୟିତ୍ବ ଡୁ’ପ୍ଲେସିସ ଓ ମ୍ୟାକ୍ସୱେଲଙ୍କ କାନ୍ଧରେ ପଡ଼ିଥିଲା। ୨୨୭ ରନ୍କୁ ପିଛା କରୁଥିବା ଏହି ଦଳ ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ୮ ରନ୍ ପଛରେ ପଡ଼ିଯାଇଥିଲା। ବୋଲିଂକ୍ରମ ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ୱେନ୍ ପାର୍ନେଲଙ୍କୁ ନେଇ ଦୃଢ଼ ରହିଛି। ସଂପ୍ରତି ଆର୍ସିବି ୫ ମ୍ୟାଚ୍ ଖେଳି ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।

Related posts

ଶୁକ୍ରବାର ୩ଟି ଗେମ୍, ୬ଦଳ ମଧ୍ୟରେ ଳଢେଇ

Odisha Sports Bureau

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

Odisha Sports Bureau

ସୌରଭ ଗାଙ୍ଗୁଲିଙ୍କ ନାମରେ ବିଅର

Odisha Sports Bureau