Cricket

ରାଜସ୍ଥାନ ଠାରୁ ପରାସ୍ତ ହେଲା ଚେନ୍ନାଇ

ଚଳିତ ଆଇପିଏଲରେ ରାଜସ୍ଥାନ ରୋୟାଲଠାରୁ ଚେନ୍ନାଇ ୩୨ରନରେ ହାରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାଜସ୍ଥାନ ଯଶସ୍ବୀ ଜୟସ୍ବାଲଙ୍କ ଦ୍ରୁତ ଅର୍ଦ୍ଧଶତକ ସାଙ୍ଗକୁ ନିମ୍ନକ୍ରମରେ ଧଅୁବ ଜୁରେଲ ଓ ଦେବଦତ୍ତ ପଡ଼ିକଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୦୨/୫ କରିଥିଲା। ଜବାବରେ ସିଏସ୍କେ ପାଳି ୧୭୦/୬ରେ ଅଟକି ଯାଇଥିଲା। ପୂର୍ବରୁ ହୋଇଥିିବାର ମ୍ୟାଚରେ ଚେନ୍ନାଇକୁ ୩ ରନ୍ରେ ହରାଇଥି । ୨୦୩ ରନ୍ର ଲକ୍ଷ୍ୟକୁ ପିଛା କରୁଥିବା ସିଏସ୍କେ ପାଇଁ ରନ୍ ବାହାର କରିବାରେ ସମସ୍ୟା ହେଉଥିଲା। ସନ୍ଦୀପ ଶର୍ମା ଓ କୁଲଦୀପ ୟାଦବ ସିଏସ୍କେ ବ୍ୟାଟରଙ୍କୁ ହାତଖୋଲା ସଟ୍ ଖେଳିବାକୁ ସୁଯୋଗ ଦେଇନଥିଲେ। ଯାହାଫଳରେ ପାୱାରପ୍ଲେରେ ମାତ୍ର ୪୨ ରନ୍ ସଂଗ୍ରହ କରିବା ପରେ ଡେଭନ କନୱେ ଆଉଟ୍ ହୋଇଯାଇଥିଲେ। ଶିବମ ଦୁବେ ଶେଷ ପର୍ୟ୍ୟନ୍ତ ସଂଘର୍ଷ କରି ୨୯ ବଲ୍ରୁ ନିଜର ଅର୍ଦ୍ଧଶତକ ଅର୍ଜନ କରିଥିଲେ ବି ଦଳକୁ ଜିତାଇବାରେ ଅସମର୍ଥ ହୋଇଥିଲେ।

Related posts

ପାକିସ୍ତାନ କ୍ରିକେଟ୍ ବୋର୍ଡରେ ହଙ୍ଗାମା; ଅଧ୍ୟକ୍ଷ ପଦ ଛାଡ଼ିଲେ ନଜମ ସେଠୀ

ଅନଫିଟ ରାହୁଲଙ୍କୁ ଦଳରେ ମିଳିଲା ସ୍ଥାନ, କାରଣ କହିଲେ ଅଜିତ ଅଗରକର

Odisha Sports Bureau

ଆଶଙ୍କାରେ ମିଷ୍ଟ୍ରି ସ୍ପିନରଙ୍କ ବିଶ୍ୱକପ ସ୍ୱପ୍ନ

Odisha Sports Bureau