More Sports

ବାସନ୍ଦ ସତ୍ତେ୍ୱ ଜାତୀୟ ଶିବିରରେ ଜିମ୍ନାଷ୍ଟ ଦୀପା କର୍ମକର

ନୂଆଦିଲ୍ଲୀ: ମହିଳା ଜିମ୍ନାଷ୍ଟ ଦୀପା କର୍ମକରଙ୍କ ଉପରେ ବାସନ୍ଦ ଦଣ୍ଡ ଲାଗିଛି । ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ଆନ୍ତର୍ଜାତିକ ଟେଷ୍ଟିଂ ଏଜେନ୍ସି ଦୀପାଙ୍କୁ ୨୧ ମାସର ବାସନ୍ଦ ଲାଗୁ କରିଛି । ଏହା ସତ୍ତେ୍ୱ ଦୀପାଙ୍କୁ ଜାତୀୟ ଶିବିରରେ ମନୋନୀତ କରାଯାଇଛି । ଏସୀୟ ଚାମ୍ପିଅନ୍ସିପ୍, ଏସୀୟ କ୍ରୀଡ଼ା ଓ ଅନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକ ପାଇଁ ଜାତୀୟ ଶିବିର ଆସନ୍ତା ୨୩ ତାରିଖରୁ ଆରମ୍ଭ ହେଉଛି। ଭାରତୀୟ ଜିମ୍ନାଷ୍ଟିକ୍ସ ମହାସଂଘ (ଜିଏଫ୍ଆଇ) ଜାରି କରିଥିବା ସମ୍ଭାବ୍ୟ ତାଲିକାରେ ଦୀପାଙ୍କ ନାମ ସ୍ଥାନ ପାଇଥିବାରୁ ଏହା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ ଜିଏଫ୍ଆଇ ଜାରି କରିଥିବା ସମ୍ଭାବ୍ୟ ତାଲିକାରେ ସ୍ଥାନ ପାଇଥିବା ଜିମ୍ନାଷ୍ଟମାନେ ଶିବିରକୁ ଆସିବା ବେଳେ ଆନ୍ତର୍ଜାତିକ ଜିମ୍ନାଷ୍ଟିକ୍ସ ମହାସଂଘ (ଏଫ୍ଆଇଜି) ଲାଇସେନ୍ସ ଆଣିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଦୀପାଙ୍କ ଉପରେ ବାସନ୍ଦ ଦଣ୍ଡାଦେଶ ଲାଗୁ ହେବା ପରଠୁ ତାଙ୍କର ଏଫ୍ଆଇଜି ଲାଇସେନ୍ସ ଫେରାଇ ନିଆଯାଇଛି। ଏପରିକି ଏଫ୍ଆଇଜି ୱେବସାଇଟ୍ରେ ଦୀପାଙ୍କୁ ଜଣେ ନିଲମ୍ବିତ ଜିମ୍ନାଷ୍ଟ ଭାବେ ଦର୍ଶାଯାଉଛି। ତେଣୁ ଦୀପାଙ୍କ ପାଖରେ ବୈଧ ଏଫ୍ଆଇଜି ଲାଇସେନ୍ସ ନଥିବା ସତ୍ତ୍ବେ ଜିଏଫ୍ଆଇ ସବୁ ପ୍ରକାରର ନିୟମକୁ ଏଡ଼ାଇ ଦେଇଛି। ଏମିତିକି ତାଙ୍କର ଡୋପ୍ ବାସନ୍ଦାଦେଶକୁ ଅମାନ୍ୟ କରି ଜିଏଫ୍ଆଇ ଦୀପାଙ୍କୁ ଗଳାବାଟ ଦେଇ ଶିବିରରେ ସାମିଲ କରାଇବାକୁ ଉଦ୍ୟମ କରିଛି।

Related posts

ଏନବିଏ ଖେଳୁଥିବା ପ୍ରଥମ ଭାରତୀୟ ସତ୍ୟନମ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ

Odisha Sports Bureau

ଅଣ୍ଡର-୧୭ ହକୀରେ ଚଣ୍ଡିଗଡ ଏବଂ ହରିଆଣାକୁ ସ୍ୱର୍ଣ୍ଣ

Odisha Sports Bureau

କ୍ରୀଡ଼ା ଉପଦେଷ୍ଟାର ସଦସ୍ୟ ହେଲେ ଗଗନେନ୍ଦୁ

Odisha Sports Bureau