Uncategorized

୧୫ବର୍ଷ ପରେ ଏସିଆ କପ୍ ଆୟୋଜନ କରିବ ପାକିସ୍ତାନ

୧୫ବର୍ଷ ପରେ ଏସିଆ କପ୍ ଆୟୋଜନ କରିବ ପାକିସ୍ତାନ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନକୁ ବଡ ଝଟକା ।ଆୟୋଜକ ପାକିସ୍ତାନରେ ହେବ ମାତ୍ର ୪ଟି ମ୍ୟାଚ୍‌ । ବାକି ୯ଟି ମ୍ୟାଚ୍‌ ଶ୍ରୀଲଙ୍କାରେ ହେବ ବୋଲି ଘୋଷଣା କରିଛି ଏସିଆନ୍‌ କ୍ରିକେଟ କାଉନସିଲ । ଏସିଆ କପର ଭେନ୍ୟୁକୁ ନେଇ ପୂର୍ବରୁ ଅନେକ ବିବାଦ ଦେଖାଯାଇଥିବା ବେଳେ ଏସିଆନ୍‌ କ୍ରିକେଟ କାଉନସିଲ୍‌ ପକ୍ଷରୁ ତାରିଖ ଘୋଷଣା ହୋଇଛି । ୩୧ ଅଗଷ୍ଟରୁ ୧୭ ସେପ୍ଟେମ୍ବର ମଧ୍ୟରେ ହେବ ଟୁର୍ଣ୍ଣାମେଣ୍ଟ ।  ଚଳିତ ବର୍ଷ ହାଇବ୍ରିଡ ମଡେଲରେ ଖେଳାଯିବ ମ୍ୟାଚ୍‌ । ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ହେବ ମ୍ୟାଚ । ଭାଗ ନେବେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେପାଳ । ୧୩ ଟି ମ୍ୟାଚ୍‌ରୁ ପାକିସ୍ତାନ ୪ଟି ମ୍ୟାଚ୍‌ର ଆୟୋଜନ କରିବ ଏବଂ ଶ୍ରୀଲଙ୍କାରେ ୯ଟି ଖେଳାଯିବ ।

ହାଇବ୍ରିଡ ମଡେଲ କାରଣରୁ ୧୫ ବର୍ଷ ପରେ ଏସିଆ କପ୍‌ ଆୟୋଜନ କରିବାର ସୌଭାଗ୍ୟ ପାଇଛି ପାକିସ୍ତାନ । ପୂର୍ବରୁ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିବା ନେଇ ଅନୁମତି ପାଇଥିଲା । କିନ୍ତୁ ଟିମ୍‌ ଇଣ୍ତିଆ ପାକିସ୍ତାନ ଖେଳିବାକୁ ଯିବ ନାହିଁ ବୋଲି BCCI ସ୍ପଷ୍ଟ କରିଥିଲା । ଏହାପରେ ଏସିଆ କପ୍‌କୁ ହାଇବ୍ରିଡ ମଡେଲରେ ଆୟୋଜନ କରାଯିବ ବୋଲି ACC ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରତ୍ୟେକ ଗ୍ରୁପରୁ ଦୁଇଟି ଟିମ୍‌ ସୁପର ଫୋର୍‌ ରାଉଣ୍ଡରେ ପହଞ୍ଚିବ ।  ୬ଟି ଟିମ୍‌କୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ସୁପର ଫୋର ରାଉଣ୍ଡରେ ଶୀର୍ଷରେ ଥିବା ଦୁଇ ଟିମ୍‌ ମଧ୍ୟରେ ହେବ ଫାଇନାଲ ମୁକାବିଲା ।

Related posts

ସରସ୍ବତୀ ବିଦ୍ୟା ମନ୍ଦିରରେ ୩୪ତମ ରାଷ୍ଟ୍ରୀୟ ଖେଳକୁଦ ସମାରୋହ ଉଦଯାପିତ

Odisha Sports Bureau

ପ୍ରିତି ପୱାର କମନ୍ ୱେଲଥ୍ ଗେମ୍ସରେ ଆଣିଲେ ସ୍ୱର୍ଣ୍ଣ

Odisha Sports Bureau

‘ନିରଜ ଚୋପଡା ନିଜ ପସନ୍ଦର ଝିଅଙ୍କୁ କରିବେ ବିବାହ’

Odisha Sports Bureau