Cricket

୧୯୯ ଶତକ, ୨୭୩ ଅର୍ଦ୍ଧଶତକ, ୬୧ ହଜାରରୁ ଅଧିକ ରନ୍ ଆଜି ପର୍ଯ୍ୟନ୍ତ ଜ୍ୟାକ ହବ୍ସଙ୍କ ଏହି ରେକର୍ଡ

ତେନ୍ଦୁଲକରଙ୍କ କଥା ଆସିଲେ ଆମ ମନରେ ଆସେ କ୍ରିକେଟର ଭଗବାନ । ତାଙ୍କ ନାରେ ରହିଛି ବହୁ ବଡ ବଡ କିର୍ତ୍ତିମାନ ।ସେ ୩୦ ହଜାରରୁ ଅଧିକ ରନ୍ ଏବଂ କ୍ରିକେଟ୍ ଇତିହାସରେ ଶହେ ଶତକ ମାରିବାର ରେକର୍ଡ ଏବେ ବି ତାଙ୍କ ନାଁରେ ରହିଛି । ହେଲେ ଆଜି ଆମେ ଏମିତି ଜଣେ କ୍ରିକେଟରଙ୍କ କଥା କହିବୁ, ଯିଏ ଏକାକି ମାରିଛନ୍ତି ୧୯୯ ଶତକ ଏବଂ ୬୦ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । କଥାଟି ସୁଣି ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗିପାରେ । ହେଲେ କଥାଟି କିନ୍ତୁ ପୂରାପୂରି ସତ ।

କ୍ରିକେଟ୍ ଜଗତରେ ଏଭଳି ଅଭଙ୍ଗା ରେକର୍ଡ କରିପାରିଥିବା କ୍ରିକେଟର ଜଣକ ହେଉଛନ୍ତି ଇଂଲଣ୍ଡର ଜ୍ୟାକ୍ ହବ୍ସ । ଯିଏକି ନିଜେ ୧୯୯ ଶତକ ମାରିବା ସହିତ ୬୧ ହଜାର ୭୬୦ ରନ୍ ସଂଗ୍ରହ କରିଛନ୍ତି । ତେବେ ଜ୍ୟାକ୍ ହବ୍ସ ହେଉଛନ୍ତି ଏମିତି ଜଣେ ଖେଳାଳି ଯିଏକି ଅନ୍ତର୍ଜାତୀୟ କ୍ରିକେଟ୍ ଅପେକ୍ଷା ଘରୋଇ କ୍ରିକେଟରେ ଧମାଲ ମଚାଇଛନ୍ତି । ଡାହାଣ ହାତୀ ଏହି ବ୍ୟାଟ୍ସମ୍ୟାନ୍ ନିଜ କ୍ରିକେଟ୍ କ୍ୟାରିୟର ଭିତରେ ୮୩୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବାବେଳେ, ୫୦.୭୦ ଆଭରେଜରେ ୬୧ ହଜାର ୭୬୦ ରନ୍ କରିଛନ୍ତି । ଏହା ଭିତରେ ରହିଛି ୧୯୯ ଶତକ ଏବଂ ୨୭୩ଟି ଅର୍ଦ୍ଧଶତକ । ଖାଲି ସେତିକି ନୁହେଁ କ୍ରିକେଟ୍ କ୍ୟାରିୟରରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୩୧୬ ରନ୍ ।

ଇଂଲଣ୍ଡରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳୁଥିବା ଏହି କ୍ରିକେଟର ଜଣକ ୧୯୦୫ ମସିହାରେ ପ୍ରଥମ କରି ମ୍ୟାଚ୍ ଖେଳିଥିଲେ । ଏହାପରେ ଲଗାତାର ସେ ୨୯ ବର୍ଷ ଧରି କ୍ରିକେଟ୍ ଖେଳିବା ଜାରି ରଖିଥିଲେ ଆଉ ୧୯୩୪ରେ ଅବସର ଗ୍ରହଣ କରିଥିଲେ । କ୍ରିକେଟରୁ ଅବସର ନେବାବେଳକୁ ତାଙ୍କୁ ହେଇଥିଲା ୫୨ ବର୍ଷ । ତେବେ କ୍ରିକେଟ୍ ଇତିହାସରେ ସେ କରିଥିବା ଏହି ରେକର୍ଡ ଆଜି ପର୍ୟ୍ୟନ୍ତ କେହି ବି କ୍ରିକେଟର ଭାଙ୍ଗି ପାରିନାହାଁନ୍ତି

Related posts

ଆଠଟି ବଲ୍‌ରେ ଲଗାତାର ଆଠଟି ଛକା

Odisha Sports Bureau

ରାମ ସିୟା ରାମ ଗୀତରେ କେଶବଙ୍କ ଏଣ୍ଟ୍ରି, ଭିନ୍ନ ଅନ୍ଦାଜରେ ସ୍ୱାଗତ କଲେ ବିରାଟ

Odisha Sports Bureau

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

Odisha Sports Bureau