Cricket

ଯଶ୍ୱସୀଙ୍କ ବ୍ୟାଟିଂ କୋଚ ହେଲେ ବିରାଟ

ଭାରତୀୟ ଟିମ ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ମ୍ୟାଚ ଆରମ୍ଭ କରିବାକୁ ଯାଉଛି । ଟିମ ଇଣ୍ଡିଆ ୧୦ ଦିନ ଆଗରୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ ଇଣ୍ଡିଆ ୨ଦିନ ବିଶ୍ରାମ କରିବା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି । ତେବେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆରେ କିଛି ନୂଆ ଖେଳାଳିଙ୍କ ଏଣ୍ଟ୍ରି ମିଳିଛି । ଟିମରେ ଯୁବ ବ୍ୟାଟ୍ସମ୍ୟାନ ଯଶ୍ୱସୀଙ୍କୁ ସ୍ଥାନ ମିଳିଛି ।
ଟିମ ଇଣ୍ଡିଆର ଟେଷ୍ଟ ଫର୍ମାଟରେ ଡେବ୍ୟୁ କରିବାକୁ ନେଇ ଖୁସି ଅଛନ୍ତି ଯଶ୍ୱସୀ ।ନିଜକୁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ମଧ୍ୟ କରୁଛନ୍ତି । ଅଭ୍ୟାସ ମ୍ୟାଚରେ ଯଶ୍ୱସୀ ବିରାଟ କୋହଲିଙ୍କ ସହିତ ବ୍ୟାଟିଂ ବିଷୟରେ ଚର୍ଚ୍ଚା କରୁଛନ୍ତି । ଯାହାର ଭିଡିଓ ଭାଇରଲ ହେବା ପରେ ଚର୍ଚ୍ଚା ଚାଲିଛି । ଭିଡିଓରେ ଦେଖିବାକୁ ମିଳୁଛି ଯଶ୍ୱସୀଙ୍କୁ ବିରାଟ କୋହଲି କହୁଛନ୍ତି କିପରି ବ୍ୟାଟିଙ୍ଗ କରିଲେ ଭଲହେବ । ଏହାକୁ ଯଶ୍ୱସୀ ଖୁବ ଧ୍ୟାନଦେଇ ସୁଣିଛନ୍ତି । ଏହି ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବା ପାରେ ଫ୍ୟାନ ମାନେ ଖୁବ ପ୍ରସଂଶା କରିଛନ୍ତି ।

Related posts

IPLରେ ୨୫ ଲକ୍ଷ କୋଟି ନିବେଶ କରିବାକୁ ଚାହୁଁଛନ୍ତି ସାଉଦି ପ୍ରିନ୍ସ,

Odisha Sports Bureau

ଆଫଗାନିସ୍ଥାନର ଜବରଦସ୍ତ ଜିତ ପରେ ରାସିଦ ଖାନଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାଫ୍ ଡ଼ୁ ପ୍ଲେସିସ କ୍ରିକେଟରୁ ସନ୍ୟାସ ନେଇପାରନ୍ତି

Odisha Sports Bureau

Leave a Comment