Cricket

ଟେଷ୍ଟ ସିରିଜ ପାଇଁ ସନ୍ଧ୍ୟା ସାଢେ ୭ରେ ଆରମ୍ଭ ହେବ ମ୍ୟାଚ

ଆସନ୍ତାକାଲିରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଟିମ୍‌ ଇଣ୍ଡିଆ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ପ୍ରଥମେ ଦୁଇଟି ଟେଷ୍ଟ,ପରେ ଦିନିକିଆ ଏବଂ ତା’ ପରେ ଟି-୨୦ ସିରିଜ ଖେଳାଯିବ । ଟିମ୍‌ ଇଣ୍ଡିଆ ପ୍ରସ୍ତୁତି କରିସାରିଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ସମୟ ବିଷୟରେ ଜଣାପଡିଛି । ଭାରତୀୟ ସମୟାନୁସାରେ ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍‌ ଆରମ୍ଭ ହେବ ।

ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ସମୟ ଅନୁସାରେ ଆସନ୍ତାକାଲି ସକାଳ ୧୦ଟାରେ ଆରମ୍ଭ ହେବ । ହେଲେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ଟସ୍‌ ଟାଇମ୍‌ ସନ୍ଧ୍ୟା ୭ଟାରେ ହେବ । ପ୍ରଥମ ସେସନ ସାଢେ ୭ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ ।

ପ୍ରଥମ ସେସନ ପରେ ୪୦ ମିନିଟର ଲଞ୍ଚ ବ୍ରେକ ହେବ । ସେହିପରି ଦ୍ୱିତୀୟ ସେସନ ଭାରତୀୟ ସମୟାନୁସାରେ ରାତି ୧୦.୧୦ମିନିଟରୁ ଆରମ୍ଭ ହେବ । ଏହା ମଧ୍ୟ ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ରାତି ୧୨.୧୦ରେ ସମାପ୍ତ ହେବ । ତା’ ପରେ ୨୦ ମିନିଟର ଟି ବ୍ରେକ ହେବ । ଟି ବ୍ରେକ ପରେ ଶେଷ ସେସନ ୧୨.୩୦ରୁ ଆରମ୍ଭ ହୋଇ ଶେଷ ରାତି ୨.୩୦ରେ ହେବ ।

Related posts

ବିରାଟଙ୍କ ଇନଷ୍ଟାଗ୍ରାମ ଫଲୋଅର ୫୦ ନିୟୁତ

Odisha Sports Bureau

ପୁଣି ଥରେ ଚେପକ ଦୁର୍ଗ ଭାଙ୍ଗିଲା ପଞ୍ଜାବ କିଙ୍ଗସ, IPL ଇତିହାସରେ ପ୍ରଥମ ଥର ପାଇଁ ଏପରି ଦିନ ଦେଖିଲା CSK

WTC ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଖସିଲା ଭାରତ

Odisha Sports Bureau