Cricket

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ: ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆ

ୱେଷ୍ଟଇଣ୍ଡିଜ୍ ୧୫୦ ରନରେ ଅଲଆଉଟ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲାରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ମାତ ଦେଇଛି । ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୧୫୦ ରନରେ ଅଲଆଉଟ ହୋଇଛି । ୬୪.୩ ଓଭର ଖେଳି ୧୫୦ ରନ କରିଥିଲା ଟିମ୍ । ବୋଲିଂରେ କମାଲ କରିଥିଲେ ଆର ଅଶ୍ୱିନ । ଅଶ୍ୱିନ ୬୦ ରନ ଦେଇ ହାତେଇଲେ ୫ଟି ଓ୍ଵିକେଟ । ସେହିଭଳି ରବୀନ୍ଦ୍ର ଜାଡେଜା ୨୬ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ । ଭାରତୀୟ ଟିମରେ ଯଶସ୍ୱୀ ଜୟସ୍ୱାଲ ଓ ଇଶାନ କିଷାନଙ୍କୁ ସାମିଲ କରାଯାଇଛି । ଭାରତୀୟ ଟିମର ଓପନର ଯଶସ୍ୱୀ ଜୟସ୍ୱାଲ ୪୦ ଓ ରୋହିତ ଶର୍ମା ୩୦ ରନ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୩ ଓଭରରେ ୮୦ ରନ କରିଛି ।

Related posts

ରାହୁୁଲ ବାମ ହାତି ବ୍ୟାଟ୍ସ ମ୍ୟାନ: ଆଇସିସି

Odisha Sports Bureau

ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳି ତାଲିକାରୁ ବାଦ୍ ପଡ଼ିଲେ ଧୋନୀ

Odisha Sports Bureau

ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ : ଜିତ୍ ସାଙ୍ଗକୁ କନଫର୍ମ ହେବ ପ୍ଲେ-ଅଫ୍‌ ଟିକେଟ