Cricket

ଟେଷ୍ଟରେ ପ୍ରଥମ ଦିନରେ ଧୂଳି ଚଟାଇଲେ ରୋହିତ ଆର୍ମି; ଅଶ୍ୱିନଙ୍କ ରେକର୍ଡ

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଗତକାଲି ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିସ୍ପତି ନେଇଥିଲେ ୱେଷ୍ଟଇଣ୍ଡିଜ । କନ୍ତୁ ରୋହିତ ଆର୍ମି ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଛନ୍ତି । କାଲିର ମ୍ୟାଚରେ ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୬୪.୩ ଓଭରରେ ୧୫୦ ରନ କରି ଅଲଆଉଟ ହୋଇଛନ୍ତି । ଜବାବରେ ପ୍ରଥମ ଦିନରେ ଖେଳ ଶେଷ ହେବା ବେଳକୁ ଟିମ ଇଣ୍ଡିଆ ବିନା ୱିକେଟରେ ୮୦ ରନ କରିଛି । ତେବେ ଏହି ମ୍ୟାଚରେ ଷ୍ଟାର ବୋଲର ରବିଚନ୍ଦ୍ରନ ରେକର୍ଡ କରିଛନ୍ତି । ଏହି ମ୍ୟାଚରେ ପ୍ରଥମ ଇନିଂସର ପ୍ରଥମ ୱିକେଟ ହାସଲ କରି ରେକର୍ଡ କରିଛନ୍ତି ଅଶ୍ୱିନ।

ଅଶ୍ୱିନ ୱେଷ୍ଟଇଣ୍ଡିଜ ଦଳର ଷ୍ଟାର ଓପନରକୁ କ୍ଲିନ ବୋଲ୍ଡ କରିଥିଲେ । ୧୩ତମ ଓଭରରେ ୪୪ ବଲରୁ ୧୨ ରନରେ କରି ଆଉଟ କରି ୨୭ ବର୍ଷୀୟ ଚନ୍ଦ୍ରପାଲଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ଏହି ୱିକେଟ ସହ ତାଙ୍କ ନାମରେ ଯୋଡି ହୋଇଛି ବିଶ୍ୱର ବିରଳ ରେକର୍ଡ । ଅଶ୍ୱିନ ପ୍ରଥମ ବୋଲର ଭାବରେ ବାପା ଏବଂ ପୁଅଙ୍କ ୱିକେଟ ନେବାରେ ସଫଳ ହୋଇଛନ୍ତି । ଗତ ୨୦୧୧ ମସିହାରେ ଦିଲ୍ଲୀରେ ଖେଳାଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ଅଶ୍ୱିନ ଟାଗନାରାୟଣ ଚନ୍ଦ୍ରପାଲଙ୍କ ବାପା ଶିବନାରାୟଣ ଚନ୍ଦ୍ରପାଲଙ୍କ ୱିକେଟ ହାସଲ କରିଥିଲେ । ସେହି ମ୍ୟାଚରେ ଅଶ୍ୱିନ ଶିବନାରାୟଣଙ୍କୁ ଏଲବିଡବ୍ଲୁ କରି ପାଭିଲିୟନ ପଠାଇଥିଲେ । ପ୍ରଥମ ଦିନ ମ୍ୟାଚରେ ଅଶ୍ୱିନ ୨୪.୩ ଓଭର ବୋଲିଂ କରି ୬୦ ରନ୍ ଦେଇଥିବା ବେଳେ ୫ ଓ୍ଵିକେଟ ନେଇଛନ୍ତି ।

Related posts

ଆଡିଲେଡ ଟେଷ୍ଟ: ପରାଜୟ ହାସଲା କଲା ଟିମ ଇଣ୍ଡିଆ

Odisha Sports Bureau

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିଏ ଶିଖର ଧାୱନଙ୍କ ଓପନିଂ ପାର୍ଟନର ହେବ?

ବାବର-ୱାର୍ଣ୍ଣର କଳିରେ ସୂତ୍ରଧର ସୋଏବ

Odisha Sports Bureau

Leave a Comment