Tennis

ଆଲକାରାଜ ପ୍ରଥମ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତି କଲେ ରେକର୍ଡ

ଲଣ୍ଡନ୍:  ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାକୁ ମିଳିଛି ନୂଆ ଏକକ ପୁରୁଷ ବିଜେତା। ୨୦ ବର୍ଷର ଇତିହାସକୁ ବଦଳାଇ ଦେଲେ ୨୦ ବର୍ଷୀୟ ଯୁବ ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ । ୱିମ୍ବଲଡନ୍ ଟେନିସ୍ ୨୦୨୩ ଟାଇଟଲ ହାସଲ କରିଛନ୍ତି ସ୍ପେନର ଖେଳାଳି କାର୍ଲୋସ ଆଲକାରାଜ । କାର୍ଲୋସ୍ ରବିବାର ୫ ସେଟ୍ର ଫାଇନାଲ୍ରେ ୧-୬, ୭-୬ (୮-୬), ୬-୧, ୩-୬, ୬-୪ରେ ସର୍ବିୟା କିଂବଦନ୍ତି ନୋଭାକ ଜୋକୋଭିକ୍ଙ୍କ ରେକର୍ଡ ସ୍ବପ୍ନକୁ ଚୂରମାର କରି ଦେଇଛନ୍ତି। ପ୍ରଥମ ଥର ୱିମ୍ବଲଡନ୍ ଫାଇନାଲ୍ ଖେଳିଥିବା ଆଲକାରାଜ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡ ସ୍ଲାମ ଟ୍ରଫି ଜିତିଛନ୍ତି।

୨୦୨୨ରେ ଆଲକାରାଜ ୟୁଏସ୍ ଓପନ୍ ଟ୍ରଫି ସହ ଗ୍ରାଣ୍ଡ୍ ସ୍ଲାମ ବିଜୟ ଅଭିଯାନ ଆରମ୍ଭ କରିଥିଲେ। ଆଲକାରାଜଙ୍କ ଏହା ପ୍ରଥମ ଓ୍ଵିମ୍ବଲଡନ ଟାଇଟଲ । ଆଲକାରାଜ ଫେଡରର, ନାଡାଲ ଜୋକୋଭିକ ଏବଂ ମରେଙ୍କ ରେକର୍ଡ ଭାଙ୍ଗିଛନ୍ତି । ସୂଚନାଯୋଗ୍ୟ, ୨୦୧୩ ୱିମ୍ବଲଡନ୍ ଫାଇନାଲରେ ଆଣ୍ଡି ମରେଙ୍କଠାରୁ ହାରିବା ପରଠାରୁ ସେଣ୍ଟର୍ କୋର୍ଟରେ ଜୋକୋଭିକ୍ ଅପରାଜିତ ରହିଥିଲେ। ସେବେଠାରୁ ୱିମ୍ବଲଡନରେ କ୍ରମାଗତ ୩୪ ବିଜୟ ପାଇ ସାରିଥିଲେ। ଆଲକାରାଜ ଜିତିବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ମିଳିଛି । ବଲିଉଡ ସେଲିବ୍ରିଟି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related posts

ମିଆମୀ ମାଷ୍ଟର୍ସ: ପ୍ରଜନେଶ୍ କ୍ୱାଲିଫାୟାରର ଅନ୍ତିମ ପର୍ଯ୍ୟାୟରେ, ରାଜକୁମାରଙ୍କ ପରାଜୟ

Odisha Sports Bureau

ଏସିଆ ଚମ୍ପିଆନଶିପର ଫାଇନାଲରେ ଭାରତୀୟ ଜୁନିଅର ଟିଟି ଟିମ୍

Odisha Sports Bureau

ଗ୍ରାଣ୍ଡସ୍ଲାମ ଶତାବ୍ଦୀ ଉପରେ ଲିଆଣ୍ଡର ପେସ୍ ଆଖି