Cricket

ଏସିଆ କପ ଫାଇନାଲ ମ୍ୟାଚରୁ ବାଦ ପଡିଲେ ଅକ୍ଷର ପଟେଲ ଏବଂ ମହେଶ ତୀକ୍ଷଣା

ବ୍ୟୁରୋ: ଆସନ୍ତା କାଲି ଏସିଆ କପ ୨୦୨୩ ଫାଇନାଲ ମ୍ୟାଚ । ଏହି ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ଏହାରି ଭିତରେ ଉଭୟ ଦଳକୁ ଲଗିଛି ବଡ ଝଟକା । ଆହତ ହୋଇ ଫାଇଲାନ ମ୍ୟାଚରୁ ବାଦ ପଡିଲେ ଅକ୍ଷର ପଟେଲ । ତେବେ ଅକ୍ଷଲଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଟିମରେ ସାମିଲ କରିପାରେ ।
ସୂଚନା ଅନୁଯାୟୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ସୁପର-୪ ମ୍ୟାଚ୍ ବେଳେ ଆହତ ହୋଇଥିଲେ ଅକ୍ଷର ପଟେଲ । ବାଂଲାଦେଶ ବିପକ୍ଷରେ ୪୨ ରନ ସ୍କୋର କରିଥିଲେ । ସେ ଏହି ମ୍ୟାଚରେ ୩ଟି ଚଉକା ଏବଂ ୨ଟି ଛକା ମାରିଥିଲେ । ତେଣୁ ଟିମ୍ ଅକ୍ଷରଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରକୁ ସୁଯୋଗ ମିଳିପାରେ । ସୁନ୍ଦର ଏବେ ଏସିଆନ ଗେମ୍ସସ ୨୦୨୩ ପାଇଁ ଟିମ୍ରୁ ବାଦ୍ ପଡି ବାଙ୍ଗାଲୁରୁରେ ଖେଳୁଛନ୍ତି । ଏଥିପାଇଁ ଖୁବଶୀଘ୍ର ତାଙ୍କୁ କଲମ୍ବୋ ଯିବାକୁ ପଡିପାରେ । ସୁନ୍ଦର ଏପର୍ୟ୍ୟନ୍ତ ଟିମ୍ ପାଇଁ ୧୬ଟି ଦିନିକିଆରେ ୨୩୩ ରନ୍ କରିଥିବା ବେଳେ ୧୬ଟି ଓ୍ଵିକେଟ ନେଇଛନ୍ତି । ଏହାଛଡା ୪ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ସେହିପରି ଶ୍ରୀଲଙ୍କା ଟିମରୁ ଟିମର ସ୍ପିନର ବୋଲର ମହେଶ ତୀକ୍ଷଣା ମଧ୍ୟ ଆହାତ ହୋଇ ଫାଇନାଲରୁ ବାଦ ପଡିଛନ୍ତି । ଅନେକ ଥର ତାଙ୍କ ମ୍ୟାରେ ଛୋଟେଇ ଛୋଟେଇ ଚାଲୁଥିବାର ନଜର ଆସିଛନ୍ତି ।

Related posts

ଭାରତକୁ ଭାରତ ପିଚରେ ହରାଇବା ସହଜ ନୁହେଁ

Odisha Sports Bureau

ଆଇପିଏଲରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ କଡ଼ା ଟକ୍କର

କପିଳଙ୍କ ‘ଅହଂକାର’ ଟିପ୍ପଣୀର ଜବାବ ରଖିଲେ ଜାଡେଜା

Odisha Sports Bureau