Cricket

ଏସିଆ କପ ଫାଇନାଲ ମ୍ୟାଚରୁ ବାଦ ପଡିଲେ ଅକ୍ଷର ପଟେଲ ଏବଂ ମହେଶ ତୀକ୍ଷଣା

ବ୍ୟୁରୋ: ଆସନ୍ତା କାଲି ଏସିଆ କପ ୨୦୨୩ ଫାଇନାଲ ମ୍ୟାଚ । ଏହି ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ଏହାରି ଭିତରେ ଉଭୟ ଦଳକୁ ଲଗିଛି ବଡ ଝଟକା । ଆହତ ହୋଇ ଫାଇଲାନ ମ୍ୟାଚରୁ ବାଦ ପଡିଲେ ଅକ୍ଷର ପଟେଲ । ତେବେ ଅକ୍ଷଲଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଟିମରେ ସାମିଲ କରିପାରେ ।
ସୂଚନା ଅନୁଯାୟୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ସୁପର-୪ ମ୍ୟାଚ୍ ବେଳେ ଆହତ ହୋଇଥିଲେ ଅକ୍ଷର ପଟେଲ । ବାଂଲାଦେଶ ବିପକ୍ଷରେ ୪୨ ରନ ସ୍କୋର କରିଥିଲେ । ସେ ଏହି ମ୍ୟାଚରେ ୩ଟି ଚଉକା ଏବଂ ୨ଟି ଛକା ମାରିଥିଲେ । ତେଣୁ ଟିମ୍ ଅକ୍ଷରଙ୍କ ସ୍ଥାନରେ ଓ୍ଵାଶିଂଟନ ସୁନ୍ଦରକୁ ସୁଯୋଗ ମିଳିପାରେ । ସୁନ୍ଦର ଏବେ ଏସିଆନ ଗେମ୍ସସ ୨୦୨୩ ପାଇଁ ଟିମ୍ରୁ ବାଦ୍ ପଡି ବାଙ୍ଗାଲୁରୁରେ ଖେଳୁଛନ୍ତି । ଏଥିପାଇଁ ଖୁବଶୀଘ୍ର ତାଙ୍କୁ କଲମ୍ବୋ ଯିବାକୁ ପଡିପାରେ । ସୁନ୍ଦର ଏପର୍ୟ୍ୟନ୍ତ ଟିମ୍ ପାଇଁ ୧୬ଟି ଦିନିକିଆରେ ୨୩୩ ରନ୍ କରିଥିବା ବେଳେ ୧୬ଟି ଓ୍ଵିକେଟ ନେଇଛନ୍ତି । ଏହାଛଡା ୪ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ସେହିପରି ଶ୍ରୀଲଙ୍କା ଟିମରୁ ଟିମର ସ୍ପିନର ବୋଲର ମହେଶ ତୀକ୍ଷଣା ମଧ୍ୟ ଆହାତ ହୋଇ ଫାଇନାଲରୁ ବାଦ ପଡିଛନ୍ତି । ଅନେକ ଥର ତାଙ୍କ ମ୍ୟାରେ ଛୋଟେଇ ଛୋଟେଇ ଚାଲୁଥିବାର ନଜର ଆସିଛନ୍ତି ।

Related posts

ଭାରତୀୟ କ୍ରିକେଟରେ ଦେଓଧର ଟ୍ରଫିର ମହତ୍ତ୍ୱ କ’ଣ?

Odisha Sports Bureau

ପଞ୍ଚମ ଦିନିକିଆ,ଉଭୟ ଦଳ ପାଇଁ କର ବା ମର ସ୍ଥିତି

Odisha Sports Bureau

ସଚିନ ତେନ୍ଦୁଲକର, ବିରାଟ କୋହଲି, ରୋହିତ ଶର୍ମାଙ୍କ ସହ ସମକକ୍ଷ :ଧୋନି

Odisha Sports Bureau