Cricket

ଅପହରଣ ହେଲେ କପିଲ ଦେବ!

ନୂଆଦିଲ୍ଲୀ : ଅପହରଣ ହେଲେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ କପିଲ ଦେବ ପୂର୍ବତନ କ୍ରିକେଟରଙ୍କର ଏକ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ତାଙ୍କ ପାଟିରେ କପଡା ବନ୍ଧାଯାଇଥିବା ସହ ହାତକୁ ଦଉଡି ସାହାଯ୍ୟରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି । ତାଙ୍କର ଏଭଳି ଫଟୋ ଭାଇରାଲ ହେବା ପରେ କ୍ରିକେଟର ଗୌତମ ଗମ୍ଭୀର ଚିନ୍ତା ବ୍ୟକ୍ତ କରି ଅ।ଶା କରୁଛି କପିଲ ପାଜି ଭଲ ଥିବେ ବୋଲି ଲେଖିଛନ୍ତି । ତେବେ କପିଲ ଦେବଙ୍କୁ ନେଇ ଏକ୍ସରେ ଏଭଳି ପୋଷ୍ଟ କରିବା ପରେ ଗୌତମ ଗମ୍ଭୀର ଅ।ଉ ଏକ ପୋଷ୍ଟ କରି ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କପିଲ ଦେବଙ୍କୁ ଏକ ଚେୟାରରେ ବସାଯାଇଛି । ଭିଡିଓଟିକୁ ପୂରା ଦେଖିବା ପରେ ଏହା ଏକ ବିଜ୍ଞାପନର ଭିଡିଓ ଏବଂ କପିଲ ଦେବ ଏଥିରେ ଅଭିନୟ କରିଥିବା ଜଣାପଢ଼ୁଛି ।

ବିଜ୍ଞାପନ ପାଇଁ କପିଲ ଦେବ ପାଟିରେ କପଡା ବାନ୍ଧିବା ସହ ହାକ୍ରୁ ଦଉଡି ସାହାଯ୍ୟରେ ବାନ୍ଧିଥିବା ଜଣାପଡ଼ିଛି । ତେବେ ବିଜ୍ଞାପନଟି ଅ ।ଇସିସି ପୁରୁଷ କ୍ରିକେଟ ବିଶ୍ୱକପର ହଟଷ୍ଟାରରେ ଅ।ଇସିସି ପୁରୁଷ କ୍ରିକେଟ ବିଶ୍ୱକପର ପ୍ରସାରଣ ହେବ ବୋଲି ଜଣାଇବା ପାଇଁ ହଟଷ୍ଟାର ପକ୍ଷରୁ ଏହି ବିଜ୍ଞାପନର ସୁଟିଂ କରାଯାଇଥିଲା । ବିଜ୍ଞାପନରେ କପିଲ ଦେବଙ୍କୁ ଅପହରଣ କରାଯିବାର ଦୃଶ୍ୟ ରହିଥିବା ବେଳେ ସୁଟିଂ ସମୟର କିଛି ଫଟୋ ଭାଇରାଲ ହେବାରୁ କପିଲ ଦେବଙ୍କ ପ୍ରଶଂସକ ଚିନ୍ତାରେ ପଢ଼ିଯାଇଥିଲେ । ହେଲେ ପରେ ଗୌତମ ଗମ୍ଭୀର ସମସ୍ତଙ୍କ ଚିନ୍ତା ଦୂର କରିଥିଲେ ।

 

Related posts

ଟି୨୦ ବିଶ୍ୱକପ୍‌ : ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନରଙ୍କ ପ୍ରତ୍ୟାବର୍ତ୍ତନ

Odisha Sports Bureau

ନଭେମ୍ବର ୨୩ରେ ପଲାଶ ମୁଚାଲଙ୍କୁ ବିବାହ କରିବେ ସ୍ମୃତି ମନ୍ଧାନା

Odisha Sports Bureau

କ୍ରିକେଟରୁ ସନ୍ୟାସ ନେଲେ ଷ୍ଟେନ

Odisha Sports Bureau