ଭାରତରେ ପାକିସ୍ତାନ ଜର୍ସି
କେବଳ ପାକିସ୍ତାନୀ ଖେଳାଳି ଛଡା ପାକିସ୍ତାନର କାହାକୁ ନଥିଲା ଏଣ୍ଟ୍ରି
କେଉଁଠୁ ଆସିଲେ ପାକିସ୍ତାନ ଜର୍ସି ପିନ୍ଧା ଦର୍ଶକ
କିଏ ଦେଲା ଅନୁମତି ?
ଭାରତରେ ରହି ପାକିସ୍ତାନକୁ କରୁଛନ୍ତି କି ସମର୍ଥନ
ଭାରତ ଓ ପାକିସ୍ତାନ ମଧ୍ୟରେ କଡା ଟକ୍କର ମ୍ୟାଚ ଦେଖିବାକୁ ମିଳିଛି । ମ୍ୟାଚକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ ତାହାର ଅନ୍ତ ଘଟିଛି । ଏହି ମ୍ୟାଚ ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖଚାଖଚ ଭିଡ ଦେଥିବାକୁ ମିଳିଥିଲା । ଭାରତକୁ ସମର୍ଥକ କରିବାକୁ କ୍ରିକେଟ ପ୍ରେମୀମାନେ ପହଞ୍ଚିଛନ୍ତି । ଏହି ସବୁ ଭିତରେ ଏକ ଫଟୋ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ବ୍ୟାକ୍ତି ପାକିସ୍ତାନ ଜର୍ସି ପିନ୍ଧିବାର ନଜର ଆସିଛନ୍ତି । ବିସିସିଆଇର କଡା ନିୟମ ସତ୍ୱେ ପାକିସ୍ତାନ ଜର୍ସିରେ କିପରି ନଜର ଆସିଲେ । ଭାରତରେ ରହି ପାକିସ୍ତାନକୁ କରୁଛନ୍ତି କି ସମର୍ଥନ । ଏନେଇ ଦର୍ଶକଙ୍କ ମନରେ ବହୁ ପ୍ରଶ୍ନ ଉଠୁଛି ।
ବିସିସିଆଇ ନିୟମ ଅନୁସାରେ ପାକିସ୍ତାନର ଖେଳାଳୀଙ୍କ ଚଡା କୌଣସି ଦର୍ଶକ, ଗଣମାଧ୍ୟମ ଭାରତ ଆସିବେ ନାହିଁ ତା ସତ୍ୱେ ପାକିସ୍ତାନ ଜର୍ସିପିନ୍ଧା ଦର୍ଶକ ନଜର ଆସିଛନ୍ତି । ନିକଟରେ ଜଣେ ପାକିସ୍ତାନ ଗଣମାଧ୍ୟମର ସାମ୍ବାଦିକା ଆସିଥିଲେ । ଯାହାକୁ ବିସିଆଇ ଅନୁମତି ନମିଳିବାରୁ ନ୍ୟୁଜ କଭର ନକରି ଫେରି ଯାଇଥିଲେ ।