Cricket

ମେସି ବର୍ଷର ଶ୍ରେଷ୍ଠ ଆଥଲେଟ

ନୂଆଦିଲ୍ଲୀ : ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ଅଷ୍ଟମ ଥର ବାଲିନ ଡି’ଓର୍ ପୁରସ୍କାର ଜତିବା ପରେ ମେସି ଆଉ ଏକ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି । ଏହି ଇଣ୍ଟର ମିଆମି ତାରକାକୁ ‘ଟାଇମ’ ମାଗାଜିନ ବର୍ଷର ଷ୍ରେଷ୍ଠ ଆଥଲେଟ ଭାବେ ସମ୍ମାନିତ କରିଛି ମାଗାଜିନର କଭର ପେଜରେ ସ୍ଥାନିତ କରିଛନ୍ତି । ଗତ ବର୍ଷ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ବିଶ୍ୱକପ ଫାଇନାଲରେ ଫ୍ରାନ୍ସକୁ ହରାଇ ଟ୍ରଫି ତିତିଥିଲା । ମେସି ଗତ ବର୍ଷ ଆରମ୍ଭରୁ ପ୍ୟାରିସ ସେଣ୍ଟ ଜର୍ମାନ ଛାଡି ମେଜର ଲିଗ ସୁକର୍ସ ଇଣ୍ଟର ମିଆମିକୁ ଆସିଥିଲେ ।କିନ୍ତୁ ଅଧିକ ଅର୍ଥ ରାଶି ଯାଚୁଥିବା ସାଉଦି ଆରବୀୟ କ୍ଲବ୍‌ ଅଲ୍‌-ହିଲାଲ ଯାଇ ନଥିଲେ। ମିଆମି ଆସିବା ନିଷ୍ପତ୍ତି ଉପରେ ସେ କହନ୍ତି, ମୋତେ ଏକାଧିକ ଅଫର୍‌ ଆସିଥିଲା। ଏହାକୁ ଭଲ ଭାବେ ବିଶ୍ଳେଷଣ କରିଥିଲି ଏବଂ ପରିବାର ସହ ଆଲୋଚନା ପରେ ମିଆମି ଆସିବାକୁ ଶେଷ ନିଷ୍ପତ୍ତି ନେଇଥିଲି। ଏପର୍ଯ୍ୟନ୍ତ ମେସି ମିଆମି ପାଇଁ ଲିଗ୍ସ କପ୍‌ରେ ୭ ମ୍ୟାଚ୍‌ ଖେଳି ୧୦ ଗୋଲ୍‌‌ କରିସାରିଲେଣି। ସେ ମିଆମି ଆସିବା ପରେ ଏହି ଦଳର ମ୍ୟାଚ୍‌ ଟିକେଟ୍‌ ଦର ଆକାଶ ଛୁଆଁ ହୋଇଯାଇଥିଲା। ଆପଲ୍‌ ଟିଭି ମଧ୍ୟ ମିଆମି ସହ ୧୦ ବର୍ଷ ଲାଗି ଚୁକ୍ତି କରିଥିଲା।

Related posts

କିଏ ଏହି କ୍ରିକେଟର, ଯିଏ 30ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି

Odisha Sports Bureau

ପରଲୋକରେ ଭିବି ଚନ୍ଦ୍ରଶେଖର

Odisha Sports Bureau

ଆଇପିଏଲର କ୍ୱାଲିଫାୟାର ଓ ଏଲିମିନେଟର ମ୍ୟାଚ ପାଇଁ ଟିକେଟ ବିକ୍ରି ଆରମ୍ଭ