ବେଙ୍ଗଲୁରୁ: ଶେଷ ବଲରେ ଛକା ମାରି ଜିତିଲା ମୁମ୍ବ୍ଧବ । ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଥିଲା ବେଶ ରୋମାଞ୍ଚକର ।ଗତ କାଲି ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସଂସ୍ମରଣ ଆରମ୍ଭ ହୋଇଛି । ବେଙ୍ଗାଲୁରୁ ଏମ ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଶେଷ ବଲରେ ଛକା ମାରି ଦିଲ୍ଲୀକୁ ପରାସ୍ତ କରିଛି । ଟସ ହାରି ପ୍ରଥାମେ ବ୍ୟାଟିଙ୍ଗ କରି ଦ୍ୱିଲ୍ଲୀ ୫ ୱିକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ୨୦ ଓଭରରେ ୬ ୱିକେଟ ହରାଇ ୧୭୩ ରନ କରିଥିଲା । କେରଳର ସଜୀବନ ସଜନା ଅନ୍ତିମ ବଲରେ ଆସିସ କ୍ୟାପସିଙ୍କୁ ଛକାମାରି ମୁମ୍ବାଇକୁ ବିଜୟ ଦେଇ ଥିଲେ । ଦଳ ପକ୍ଷରୁ ୟସ୍ତିକା ଭାଟଇଆ ସର୍ବାଧିକ ୫୭ ରନ ସଂଗ୍ରହ କରିଥିଲେ । ଅର୍ଦ୍ଧ ଶତକୀୟ ପାଳି ଖେଳିଥିବା ହରମନପ୍ରୀତ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।