Cricket

୪୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ କୁ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ଚାଲିଛି ଲଢେଇ

ନୂଆଦିଲ୍ଲୀ: ଆଜି ଆଇପିଏଲରେ ଡବଲ ଫାଇଟ୍ । ୪୩ତମ ମୁକା ବିଲାରେ ମୁହାଁ ମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ କୁ ମୁମ୍ବାଇ ଇଣ୍ଡିଆନ୍ସ । ବର୍ତ୍ତମନେ ସୁଦ୍ଧା ସମସ୍ତ ଓଭରରେ ୪ ୱିକେଟ ବିନିମୟରେ ଦିଲ୍ଲୀ କ୍ୟାପିଟାଲ୍ସ ୨୫୭ ରନ କରିବାରେ ସଫଳ ହୋଇଛି । ସେହିପରି ପଏଣ୍ଟ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ଉପରେ ରହିଛି ଦିଲ୍ଲୀ । ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ହେଉଥିବା ବେଳେ ପନ୍ତ ବାହିନୀ ପୂର୍ବ ପରଜାୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଅତି ନିମ୍ନମାନର ରହିଛି । ଦଳ ଆଜିର ମ୍ୟାଚ୍ ଜିତି ବିଜୟ ସହ ନୂଆ ଅଭିଯାନ ଆରମ୍ଭ କରିବା କୁ ଅପେକ୍ଷା କରିଛି । କ୍ୟାପିଟାଲ୍ସ ଦଳ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଅଜିର ମ୍ୟାଚ ଜିତିତିଲେ ଦଳ ପଞ୍ଚମ ସ୍ଥାନକୁ ଉନ୍ନୀତ ହେବ। ପୂର୍ବପୂ ମ୍ୟାଚ ଗୁଜରାଟ ଟାଇଟନ୍ସକୁ ହରାଇବା ପରେ ଟିମର ମନୋବଳ ବୃଦ୍ଧି ପାଇଛି । ବିଶେଷ କରି ରିଷଭ ପନ୍ତ ପୂର୍ବ ଫର୍ମକୁ ଫେରିଥିବା ରୁ ଦଳର ଉତ୍ସାହ ବଢ଼ି ଯାଇଛି । ଟାଇଟନ୍ସ ବିପକ୍ଷରେ ୪୪ ବଲ୍ରୁ ଅପରାଜିତ୮୮ ରନ୍ର ଇନିଂସ କୁ ଦର୍ଶକ ସହଜରେ ଭୁଲି ପାରିବେ ନାହିଁ । ଲେଗ ସ୍ପିନର କୁଲଦୀପ ଯାଦବଙ୍କ ପ୍ରଦର୍ଶନ କ୍ୟାପିଟାଲ୍ସ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ସେ ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍ ବେଳେ ଆହତ ଥିଲେ । ଇତି ମଧ୍ୟରେ ସେ ୧୨ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି । ଗତ ୨ଟି ସିଜନ ତୁଳନାରେ ଏଥର ଦଳ ବେଶ୍ ଶକ୍ତିଶାଳୀ ଓ ସନ୍ତୁଳିତ । ମାତ୍ର ନେତୃତ୍ୱ ପରିବର୍ତ୍ତନ କୁନେଇ ଉପୁଜି ଥିବା ବିବାଦୀୟ ପରିସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନରେ ବାଧକ ସାଜିଛି । ମୁମ୍ବାଇ ଇଣ୍ଡିଆନ୍ସ ୩ଟି ମ୍ୟାଚ୍ ଜିତିଜି ତିବାରେ ସଫଳ ହୋଇଛି । ପୂର୍ବରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ସପକ୍ଷରେ ରହିଥିହିଲେ ହେଁ ଆଜିର ମ୍ୟାଚ୍କୁନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୩୪ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ଇଣ୍ଡିଆନ୍ସ ୧୯ଟି ମ୍ୟାଚ୍ ଜିତିଛି ଓ କ୍ୟାପିଟାଲ୍ସ ୧୫ଟି ମ୍ୟାଚ୍ରେ ବିଜୟୀ ହୋଇଛି । ତେବେ ଆଜିର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କୁ କଡ଼ା ଟକ୍କର ଦେବାକୁଦଳ ପ୍ରସ୍ତୁତ ହୋଇରହିଛି।

Related posts

ବୋଲିଂ ସମୟରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଗୋଡରେ ଅଘାତ

Odisha Sports Bureau

ଆଇପିଏଲରେ କେଉଁ ଦଳକୁ ମିଳିବ କେତେ ଟଙ୍କା ?

Odisha Sports Bureau

ୱେଷ୍ଟଇଣ୍ଡିଜକୁ ୭ ୱିକେଟ ରେ ପଛରେ ପକାଇ ଜିତିଲା ଟିମ ଇଣ୍ଡିଆ

Odisha Sports Bureau