Cricket

ଭାରତୀୟ କ୍ରିକେଟ ଦଳର ‌ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା

ନୂଆଦିଲ୍ଲୀ: ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା। ଭିଡିଓରେ ସ୍ଥାନୀୟ ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ହେଲିକପ୍ଟର୍‌ରୁ ଝୁଲୁଥିବା ଏକ ବିଶାଳ ଜର୍ସିକୁ ଅଧିନାୟକ ରୋହିତ ଶର୍ମା, ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଚାହିଁ ରହିଥିବା ଦେଖିବାକୁ ମିଳିଥିଲା। ନୀଳ ଓ ନାରଙ୍ଗୀ ରଙ୍ଗର ଏହି ଜର୍ସିର କେବଳ କାନ୍ଧରେ ନାରଙ୍ଗୀ ରଙ୍ଗ ଥିଲା ବେଳେ ଅବଶିଷ୍ଟ ଅଂଶ ନୀଳରଙ୍ଗର ରହିଛି। ସେହିଭଳି ଦୁଇଟି ସମାନ୍ତରାଳ ନାରଙ୍ଗୀ ପଟି ଅଣ୍ଟା ପର୍ଯ୍ୟନ୍ତ ଲମ୍ବିଛି। ଛାତିରେ ଥିବା ଆଡିଡାସ୍‌ର ତିନିଟି ଟ୍ରେଡମାର୍କ ଷ୍ଟାଇପ୍ ହେଉଛି ଧଳାରଙ୍ଗର।

ଭାରତୀୟ ଖେଳାଳିଙ୍କ ପାଇଁ ଡିଜାଇନ୍ ହୋଇଥିବା ଏହି ଜର୍ସି ଏବେ ‘ଆଡିଡାସ୍’ ଷ୍ଟୋର ଓ ଅନଲାଇନରେ ବିକ୍ରି ହେବା ଆରମ୍ଭ ହୋଇଛି। ହେଲେ ଉଭୟ ଡିଜାଇନ୍ ଓ ଦାମ୍ ଲୋକଙ୍କୁ ପସନ୍ଦ ଆସିନାହିଁ। ଏହାର ଦାମ୍ ୫,୯୯୯ ଥିବା ବେଳେ ଜର୍ସିର ଡିଜାଇନକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା କରିଛନ୍ତି ଲୋକେ। ତାରକ ମେହତା କା ଉଲଟା ଚଷମାରେ ଏକ ଦୃଶ୍ୟରେ ଜେଠାଲାଲ ପିନ୍ଧିଥିବା ଜର୍ସି ଭାରତୀୟ ଟିମର ଜର୍ସି ଭଳି ଲାଗୁଛି ବୋଲି ଲୋକେ କହିଛନ୍ତି। ଏହା ସହ ଫଟୋ ଯୋଡି ମଧ୍ୟ ସେୟାର କରୁଛନ୍ତି।

Related posts

ନିର୍ଣ୍ଣାୟକ ମୁକାବିଲା: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ଅଷ୍ଟ୍ରେଲିଆ

Odisha Sports Bureau

୫୦ଉଇକେଟ ନେଇ ଧୋନିଙ୍କୁ ପଛରେ ପକାଇଲେ ଋିଷଭ

Odisha Sports Bureau

ରୋହିତଙ୍କ ପରେ କିଏ ହେବ ଦଳର ଅଧିନାୟକ ?

Odisha Sports Bureau