Uncategorized

ଆଜି ହେବ ଡବଲ ଲଢେଇ : ଏଥି ପାଇଁ ପସ୍ତୁତ ଭାରତର ୨ଟି ଟିମ

ଆଜି ହେବ ଡବଲ ଲଢେଇ । ଏଥି ପାଇଁ ପସ୍ତୁତ ଭାରତର ୨ଟି ଟିମ । ଏପଟେ ମହିଲା କ୍ରିକେଟ ଟିମ ଦିନ୩ ଟା ବାଜି ୩୦ ମିନିଟିରେ ପାରମ୍ପାରିକ ପ୍ରତିଦ୍ୱେଦି ପାକିସ୍ତାନକୁ ଭେଟି ବାକୁ ଥିବା ବେଳେ ପୁରୁଷ କ୍ରିକେଟ ଦଳ ୭ ରେ ବାଂଲାଦେଶ ସହ କରିବ ମୁକାବିଲା । ଏଥିପାଇଁ ଭାରତ ଗସ୍ତରେ ବାଂଲାଦେଶ କ୍ରିକେଟ୍ ଟିମ୍ । ପ୍ରଥମ ଖେଳାଯାଇଥିଲା ଟେଷ୍ଟ ସିରିଜ୍ । ଯେଉଁଥିରେ ୨-୦ରେ ବାଜି ମାରିଛି ଟିମ୍ ଇଣ୍ଡିଆ । ଆଉ ଏବେ ଟି-୨୦ର ସମୟ । ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ଯାହାର ପ୍ରଥମ ମ୍ୟାଚ୍ ଗ୍ୱାଲିୟର ସ୍ଥିତ ମାଧବ ରାଓ ସିନ୍ଧିଆ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ।
ଟେଷ୍ଟ ସିରିଜ୍ ବିଜୟ ପରେ ଟିମ୍ ଇଣ୍ଡିଆର ମନୋବଳ ବେଶ୍ ଦୃଢ ରହିଛି । ତଥାପରି କଡା ଟକ୍କର ଦେବାକୁ ପ୍ରସ୍ତୁତ ବାଂଲାଦେଶ ଟିମ୍ । ଅବଶ୍ୟ ଟିମ୍ ଇଣ୍ଡିଆର ଟି-୨୦ ସ୍କ୍ୱାର୍ଡରେ ଅଧିକାଂଶ ଯୁବ ଖେଳାଳି ଅଛନ୍ତି । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜାଙ୍କ ଅବସର ଘୋଷଣା ପରେ ଏବେ ଯୁବ ବାହିନୀ ଟି-୨୦ ସିରିଜ୍ ଖେଳୁଛନ୍ତି । ଆଜିକା ସମୟରେ ଟିମ୍ ଇଣ୍ଡିଆ ସ୍କ୍ୱାର୍ଡରେ ଅଭିଜ୍ଞ କହିବାକୁ ଗଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ୟ୍ୟକୁମାର ଯାଦବଙ୍କ ପରି ଖେଳାଳି ରହିଛି । ବାକି ସଞ୍ଜୁ ସାମସନ, ରିଙ୍କୁ ସିଂହଙ୍କ ଭଳି ଆଉ କିଛି ପରିଚିତ ଖେଳାଳିଙ୍କୁ ମଧ୍ୟ ଦେଖିବାକୁ ମିଳିବ ।ଏହା ବ୍ୟତିତ ଶିବମ ଦୁବେ ଏହି ଦଳରେ ସ୍ଥାନ ପାଇଥିଲେ । ମାତ୍ର ସେ ଆହତ ହେବା କାରଣରୁ ତାଙ୍କ ସ୍ଥାନରେ ବାମହାତି ବ୍ୟାଟର ତିଳକ ବର୍ମାଙ୍କୁ ଡାକରା ମିଳିଛି ।
ସେହିପରି ସେପଟେ ଆଜି ମହିଳା ଟି-୨୦ ବିଶ୍ବକପରେ ଏକ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିବ । ମ୍ୟାଚରେ ଭାରତ- ପାକିସ୍ତାନ ମୁହାଁମୁହିଁ ହେବାକୁ ଥିବାବେଳେ କଡା ଟକ୍କର ଦେଖିବାକୁ ଥିବା ବେଳେ କିଏ ହାତେଇବ ବିଜୟ ମୁକୁଟ ତାହା କୁ ସମସ୍ତଙ୍କ ଅପେକ୍ଷା। ହେଲେ ଗତ ଟି-୨୦ ମ୍ୟାଚରେ ମହିଳା ଭାରତ ଦଳ ଯେମତି ପାକିସ୍ତାନକୁ ଧୂଳି ଚଟେଇଥିଲା ତାକୁ ଦେଖି ଲାଗୁଛି ଏହି ମ୍ୟାଚଟି ଭାରତ ସପକ୍ଷରେ ରହିବ ।

Related posts

ଏଏଫସି ଏସିଆନ୍ କପ୍ ୨୦୨୪ ଭାରତୀୟ ଦଳର ନାମ ଘୋଷଣା

Odisha Sports Bureau

ଭାରତୀୟ ଦଳରେ କମାଲ କରିବେ ଓଡ଼ିଶାର ୫ଜଣ ଖେଳାଳି

Odisha Sports Bureau

୧୦୦ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ଆୟୋଜନ କରୁଛି ପ୍ୟାରିସ

Odisha Sports Bureau