Cricket

ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: ଷ୍ଟାର ଖେଳାଳି ବିରାଟ କୋହଲି । ସାରା ବିଶ୍ୱରେ ରହିଛି ଖୁବ ଲୋକପ୍ରିିୟତା । ବର୍ତ୍ତମାନ ନିର୍ମାଣ ହୋଇଛି ଷ୍ଟାର ବ୍ୟାଟରଙ୍କ ମହମ ପ୍ରତିମୂର୍ତ୍ତି । ବିଶ୍ୱ ଐତିହ୍ୟ ଦିବସ ଅର୍ଥାତ ଏପ୍ରିଲ ୧୮ ରେ ଜୟପୁରର ନାହରଗଡ ୱାକ୍ସ ମ୍ୟୁଜିୟମରେ ସ୍ଥାପନ ହୋଇଛି । ତେବେ ୩୫ କିଲେ ଓଜନର ଏହି ପ୍ରତିମୂର୍ତ୍ତି କୋହଲିଙ୍କ ଫ୍ୟାନ୍ସଙ୍କୁ ଖୁବ ଆକୃଷ୍ଟ କରିଛି । ‘ଚେଜ ମଷ୍ଟର’ଙ୍କ ମହମ ପ୍ରତିମୂର୍ତ୍ତିକୁ ନେଇ ମ୍ୟୁଜିୟମର ସଂସ୍ଥାପକ ଓ ନିର୍ଦ୍ଦେଶକ ଅନୁପ ଶ୍ରୀବାସ୍ତବ କହିଛନ୍ତି, ‘ବିଗତ କିଛି ବର୍ଷ ଧରି ପର୍ଯ୍ୟଟକଙ୍କ ପକ୍ଷରୁ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାବି ହୋଇଛି । ବିଶେଷ କରି ଛୋଟ ପିଲା ଓ ଯୁବବର୍ଗଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରେଜ । ଫ୍ୟାନ୍ସଙ୍କ ଦାବି ଯେ ମ୍ୟୁଜିୟମରେ ନିହାତି ଭାବେ କିଙ୍ଗ କୋହଲିଙ୍କ ମୂର୍ତ୍ତି ରହିବା ଆବଶ୍ୟକ । ତେଣୁ ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ବିରାଟ କୋହଲିଙ୍କ ମହମ ପ୍ରତିମୂର୍ତ୍ତିକୁ ମୁଜିୟମରେ ସ୍ଥାନ ପାଇଛି । ଏହି ପ୍ରତିମୂର୍ତ୍ତିକୁ ଗଣେଶ ଓ ଲକ୍ଷ୍ମୀ କାରିଗର ଯୋଡି ପ୍ରାୟ ୨ ମାସ ପରିଶ୍ରମରେ ତିଆରି କରିଛନ୍ତି । ମହମ ନିର୍ମିତ ବିରାଟଙ୍କ ଏହି ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୩୫ କିଲୋଗ୍ରାମ । ଏହାର ଉଚ୍ଚତା ୫ ଫୁଟ ୯ ଇଞ୍ଚି ରହିଛି । ଏହି ପ୍ରତିମୂର୍ତ୍ତିରେ ବିରାଟଙ୍କ ଭାବମୂର୍ତ୍ତି କ୍ରିକେଟ ପଡିଆରେ ଜଣେ ଆକ୍ରମକ କ୍ରିକେଟର । ତେଣୁ ପ୍ରତିମୂର୍ତ୍ତିର ପୋଜ ପାଇଁ ମଧ୍ୟ ତାଙ୍କର ଆକ୍ରମଣାତ୍ମକ ଚିତ୍ରକୁ ଚୟନ କରାଯାଇଛି । ବିରାଟଙ୍କ ପ୍ରତିମୂର୍ତ୍ତିର ବେଶଭୂଷା ବଲିଉଡର ଡିଜାଇନର ବୋଧ ସିଂହ ପ୍ରସ୍ତୁତ କରିଛନ୍ତି ।

Related posts

ଟି-୨୦ ବିଶ୍ୱକପ ଲାଗି ଆରମ୍ଭ ହେଲା କାଉନଡାଉନ

Odisha Sports Bureau

ମୁମ୍ୱାଇକୁ ହରାଇ ଆଇପିଏଲ ଫାଇନାଲରେ ଗୁଜରାଟ

ବିଶ୍ୱକପରେ ପ୍ରଥମ ଶତକ ମାରିଥିବା ଖେଳାଳି ହେଲେ ଜାରଦାନ

Odisha Sports Bureau