Cricket

ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ଚଳିତ ବିଶ୍ବକପ୍ କ୍ରିକେଟର ଏକ ବଡ଼ ବିପର୍ଯ୍ୟୟ ଘଟାଇଛି ଆଫଗାନିସ୍ତାନ । ଏହି ଦଳ ବିଶ୍ବ ଚାମ୍ପିଅନ ଇଂଲଣ୍ଡକୁ ୬୯ ରନରେ ହରାଇଦେଇଛି । ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୨୮୫ ରନ ଜବାବରେ ଇଂଲଣ୍ଡ ୨୧୫ ରନ କରି ଅଲଆଉଟ ହୋଇଯାଇଛି । ହେନେରି ବ୍ରୁକଙ୍କ ବ୍ୟତୀତ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଫଗାନ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ ।

ବ୍ରୁକ୍ କିଛି ସମୟ ଲଢେଇ କରି ୬୬ ରନ କରିଥିଲେ । ଡାଓ୍ବିଡ୍ ମଲାନ ୩୨ ରନ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ରସିଦ ଖାଁ ଓ ମୁଜିବୁର ରେହମାନ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମହମ୍ମଦ ନବି ୨ଟି ଓ୍ବିକେଟ ନେଇଥିଲେ ।

ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ପାଇଁ ବ୍ୟାଟିଂ ଓପନ କରିଥିବା ରେହମାନୁଲ୍ଲା ଗୁରବାଜ୍ ଓ ଇବ୍ରାହିମ୍ ଜଦରାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୧୪ ରନ କରିଥିଲେ ।

ଗୁରବାଜ୍ ୫୭ ବଲରେ ୮୦ ରନ କରିଥିବାବେଳେ ଜଦରାନ ୨୮ ରନ କରିଥିଲେ । ମାତ୍ର ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ତେବେ ଇବ୍ରାହିମ  ଅଲିଖିଲ୍ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ ।

ସେ ୫୮ ରନ କରି ଆଉଟ ହୋଇଥିଲେ । ସେହିପରି ରସିଦ ଖାଁ ଓ ମୁଜିବୁର ରେହମାନ ଉପଯୋଗୀ ପାଳି ଖେଳି ସ୍କୋରକୁ ଆଗେଇ ନେଇଥିଲେ । ଆଫଗାନିସ୍ତାନ ୨୮୪ ରନ କରି ଅଲଆଉଟ୍ ହୋଇଯାଇଥିଲା ।

Related posts

ସୁପର-୮ରେ ୩ ଦଳକୁ ଭେଟିବ ଭାରତ

Odisha Sports Bureau

ବାଂଲାଦେଶକୁ ୧୦୬ ରନ୍‌ରେ ଅଲ୍‌ଆଉଟ୍‌ କରିଛି ବିରାଟ କୋହଲିଙ୍କ ଟିମ୍‌

Odisha Sports Bureau

ଆସେସ ସିରିଜ ବେଳେ ପିଚ୍ ଖରାପ କରିବା ପାଇଁ ପଡିଆରେ ପହଞ୍ଚିଲା ପ୍ରଦର୍ଶନକାରୀ

Leave a Comment