ମୁମ୍ବାଇ : ଚଳିତ ବର୍ଷ ଶେଷକୁ ହେବାକୁଥିବା କ୍ରିକେଟ ବିଶ୍ବକପରେ ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକତ୍ବ କରିବେ । ହେଲେ ଦିନିକିଆ ଦଳର ନେତୃତ୍ୱ ଭାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେବା ପାଇଁ ବିସିସିଆଇ ବିଚାର କରୁଛି । ଏ ସମ୍ପର୍କରେ ବିସିସିଆଇ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରିନଥିଲେ ବି ବିସିସିଆଇ ମଧ୍ୟରେ ଏ ନେଇ ଜୋରରେ ବିଚାରବିମର୍ଷ ଚାଲିଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି । ଜଣେ ବିସିସିଆଇ ଅଧିକାରୀଙ୍କ ବୟାନକୁ ଆଦ୍ଧାର କରି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ବିଶ୍ବକପ ପର୍ୟ୍ୟନ୍ତ ରୋହିତ ଦିନିକିଆ ଦଳର ଅଧିନାୟକ ରହିବେ । କିନ୍ତୁ ତାପରେ ଯଦି ସେ ଓହରିବାକୁ ଚାହାନ୍ତି ତେବେ ହାର୍ଦ୍ଦିକ ସବୁଠାରୁ ଭଲ ଉତ୍ତରାଧିକାରୀ ହେବେ । ସେ ଅଧିନାୟକ ଦାୟିତ୍ବକୁ ଭଲଭାବେ ନିର୍ବାହ କରୁଛନ୍ତି । ଦିନକୁ ଦିନ ଏଥିରେ ସେ ଭଲ ପ୍ରଦର୍ଶନ କରିଚାଲିଛନ୍ତି । ବର୍ତ୍ତମାନ ପାଇଁ ତାଙ୍କଠାରୁ ଭଲ ବିକଳ୍ପ କେହି ନାହାନ୍ତି । ତାଙ୍କୁ ସମର୍ଥନ କରାଯିବା ଉଚିତ ଓ ତାଙ୍କୁ ଲମ୍ବା ସୁଯୋଗ ଦିଆଯିବା ଉଚିତ ।
previous post
next post