ବିରାଟ କୋହଲୀ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥା କଟାକାଟିକୁ ।ନେଇ ଚର୍ଚ୍ଚ ସବୁଆଡେ ଦେଖାଯାୁଛି । ସେହି କଥାକଟା କଟି ସମୟର ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଥିଲା। ଏହି ମ୍ୟାଚରେ ଆରସିବି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ହରାଇବା ପରେ ବିରାଟ ଓ ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା । ଘଟଣାସ୍ଥଳରେ ଥିବା ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ଅଲଗା କରିଦେଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ।
ଏବେ ଏଇ ମାମଲାକୁ ନେଇ ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍ରୁ ଏକ ଟ୍ୱିଟ୍ କରାଯାଇଛି। କୋହଲି-ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ବେଳର ଫଟୋ ଶେୟାର କରାଯିବା ସହ କ୍ୟାପସନ୍ରେ ଲେଖା ଯାଇଛି, ‘କିଛି ବି ମସଲା ଆମ ପାଇଁ ‘ବିରାଟ’ ଓ ‘ଗମ୍ଭୀର’ ନୁହେଁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ୧୧୨ ଡାଏଲ୍ କରନ୍ତୁ।’। ଆହୁରି କୁହାଯାଇଛି ଯେ, ‘ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ, ଆମକୁ ଡାକନ୍ତୁ ନାହିଁ। ତେବେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୧୨ ଡାଏଲ୍ କରନ୍ତୁ’।
previous post
next post