More Sports

ଭାରତକୁ ପୁଣି ରୋପ୍ୟ

ନୂଆଦିଲ୍ଲୀ: କେନିଆର ନାଇରୋବିଠାରେ ଅନୁଷ୍ଠିତ ୨୦ ବର୍ଷରୁ କମ ବିଶ୍ୱ ଆଥଲେଟିକ ଚମ୍ପିଆନସିପରେ ରହିଛି ଭାରତର ଦବଦବା । ଭାରତ ପାଇଁ ଏହି ଚମ୍ପିଆନସିପରେ ଖୁବ ସଫଳତା ହାସଲ କରିଛି । ଏପର୍ଯ୍ୟନ୍ତ ମୋଟ ୩ଟି ପଦକ ଅକ୍ତିଆର କରିନେଇଚି ଭାରତୀୟ ଦଳ । ଆଜି ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ଭାରତ ହାସଲ କରିଛି ଆଉ ଏକ ରୋପ୍ୟ ପଦକ । ଏହି ପଦକ ହାସଲ କରିଛନ୍ତି ଭାରତର ରୂପା ଝିଅ ସାଇଲି ସିଂହ ।
୬.୫୯ ମିଟର ଦୂର ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସାଇଲି । କିନ୍ତୁ ଦୁଃଖର ବିଷୟ ଯେ ମାତ୍ର ୧ ସେଣ୍ଟିମିଟର ପାଇଁ ସ୍ୱର୍ଣ୍ଣ ପଦକରୁ ସାଇଲି ବଞ୍ଚିତ ହୋଇଥିଲେ । ୬.୬୦ ମିଟର ଲମ୍ବ ଡେଇଁ ସ୍ୱର୍ଣ୍ଣ ପଦକ ଉପରେ କବଜା କରି ନେଇଥିଲେ ସ୍ୱିଡେନର ମାଜା ଅସକଗ । ତେବେ ୟୁକ୍ରେନର ମାରିଆ ହୋରିଏଲୋଭା ୬.୫୦ ମିଟର ଲମ୍ଫ ଦେଇ ବ୍ରୋଞ୍ଚ ପଦକ ଜିତିଛନ୍ତି । ପୂର୍ବରୁ ଶୁକ୍ରବାର ଅନୁଷ୍ଠିତ ଯୋଗ୍ୟତା ରାଉଣ୍ଡରେ ସାଇଲି ୬.୪୦ ମିଟର ଦୂର ଜମ୍ପ କରି ଶୀର୍ଷରେ ରହିଥିଲେ । ଫଳରେ ତାଙ୍କର ପଦକ ଜିତିବା ଏକ ପ୍ରକାର ନିଶ୍ଚିତ ଜଣାପଡୁଥିଲା ତାଙ୍କର ପ୍ରଥମ ଦୁଇଟି ଜମ୍ପ ନୈରାଶ୍ୟଜନକ ରହିଥିଲା । ଉଭୟ ଜମ୍ପ ୬.୩୪ ମିଟର ରହିଥିଲା । ହେଲେ ତୃତୀୟ ଜମ୍ପରେ ସେ ୬.୫୦ ମିଟର ଦୂର ଅତିକ୍ରମ କରିଥିଲେ ।
ପୂର୍ବରୁ ୪ ଗୁଣା ୪୦୦ ମିଟର ମିକ୍ସଡ ଟିମ ରିଲେରେ ଭାରତୀୟ ଦଳ ଏବଂ ୧୦,୦୦୦ ମିଟର ରେସ ୱାକରେ ଭାରତର ଅମିତ ଖତ୍ରୀ ପଦକ ହାସଲ କରିବାରେ ସଫଳ ହୋଇସାରିଛନ୍ତି ।

Related posts

ରାଷ୍ଟ୍ରିୟ ସ୍ନୁକର ଚମ୍ପିଆନଶିପ୍ ଜିତିଲେ ଆଦିତ୍ୟ

Odisha Sports Bureau

ଇଣ୍ଡିଆନ ଗ୍ରାଁ ପ୍ରି-୬ରେ ଦୂତୀଙ୍କୁ ସ୍ୱର୍ଣ୍ଣ

Odisha Sports Bureau

ଆସନ୍ତା ୧୨ରୁ ଓପନ୍ ଚେସ୍ ଚାମ୍ପିୟନଶିପ୍ ଆରମ୍ଭ

Odisha Sports Bureau