Cricket

ଚର୍ଚ୍ଚାରେ ଅଷ୍ଟ୍ରେଲିଆ ଖେଳାଳୀଙ୍କ ସେଲିବ୍ରେସନ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଟାଇଟଲ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପ ଟ୍ରଫି ହାସଲ କରିଛି । ଏହାପରେ ମଇଦାନରୁ ଡ୍ରେସିଂ ରୁମ, ସବୁଠି ଆରମ୍ଭ ହୋଇଥିଲା ଉତ୍ସବର ମାହୋଲ । ଖେଳାଳୀ ଏବଂ ପ୍ରଶଂସକମାନେ ବିଭିନ୍ନ ଅନ୍ଦାଜରେ ସେଲିବ୍ରେସନ କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ । କିନ୍ତୁ ସବୁ ସେଲିବ୍ରସନଠୁ ବଳି ଯାଇଥିଲା ଡ୍ରେସିଂ ରୁମରେ ମାଥ୍ୟୁ ୱେଡଙ୍କ ସେଲିବ୍ରେସନ ।

https://www.instagram.com/reel/CWRvlZfFiiQ/?utm_source=ig_web_copy_link

 

ବିଶ୍ୱକପ ବିଜୟର ଖୁସିରେ ବିଭୋର ହୋଇ ସେ ମଦ୍ୟପାନ କରିଥିଲେ ସେ ବି ଜୋତାରେ । ମ୍ୟାଚ ଜିତି ଡ୍ରେସିଂ ରୁମରେ ଖେଳାଳୀମାନେ ସେଲିବ୍ରେସନ କରୁଥିବାର ଏକ ଭିଡୀଓ ଆଇସିସି ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛି । ଏହି ଭିଡିଓରେ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ ପ୍ରଥମେ ନିଜ ଜୋତା ଖୋଲି ସେଥିରେ ମଦ ଢାଳି ପିଇଥିଲେ । କେବଳ ୱେଡ ନୁହେଁ ତାଙ୍କ ପରେ ମାର୍କସ ଷ୍ଟୋଇନିସ ମଧ୍ୟ ୱେଡଙ୍କ ଜୋତା ନେଇ ସେଥିରେ ମଦ ପଇବାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହାପରେ ଖେଳାଳୀମାନଙ୍କ ଆଚରଣକୁ ନେଇ ଅନେକ ପ୍ରଶ୍ନ ଏବଂ ଅନେକ ଚର୍ଚ୍ଚା ଜୋର ଧରିଛି ।

Related posts

ଆଉଟ୍‌ ହେବା ପରେ ଡ୍ରେସିଂ ରୁମରେ ରାଗିଗଲେ କୋହଲି

Odisha Sports Bureau

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

Odisha Sports Bureau

ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ୱ ତୁଲାଇବେ କେ.ଏଲ ରାହୁଲ

Odisha Sports Bureau