ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପରେ ଟାଇଟଲ ହାସଲ କରିଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପ ଟ୍ରଫି ହାସଲ କରିଛି । ଏହାପରେ ମଇଦାନରୁ ଡ୍ରେସିଂ ରୁମ, ସବୁଠି ଆରମ୍ଭ ହୋଇଥିଲା ଉତ୍ସବର ମାହୋଲ । ଖେଳାଳୀ ଏବଂ ପ୍ରଶଂସକମାନେ ବିଭିନ୍ନ ଅନ୍ଦାଜରେ ସେଲିବ୍ରେସନ କରିଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ । କିନ୍ତୁ ସବୁ ସେଲିବ୍ରସନଠୁ ବଳି ଯାଇଥିଲା ଡ୍ରେସିଂ ରୁମରେ ମାଥ୍ୟୁ ୱେଡଙ୍କ ସେଲିବ୍ରେସନ ।
https://www.instagram.com/reel/CWRvlZfFiiQ/?utm_source=ig_web_copy_link
ବିଶ୍ୱକପ ବିଜୟର ଖୁସିରେ ବିଭୋର ହୋଇ ସେ ମଦ୍ୟପାନ କରିଥିଲେ ସେ ବି ଜୋତାରେ । ମ୍ୟାଚ ଜିତି ଡ୍ରେସିଂ ରୁମରେ ଖେଳାଳୀମାନେ ସେଲିବ୍ରେସନ କରୁଥିବାର ଏକ ଭିଡୀଓ ଆଇସିସି ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛି । ଏହି ଭିଡିଓରେ ଦଳର ୱିକେଟ କିପର ବ୍ୟାଟ୍ସମ୍ୟାନ ମାଥ୍ୟୁ ୱେଡ ପ୍ରଥମେ ନିଜ ଜୋତା ଖୋଲି ସେଥିରେ ମଦ ଢାଳି ପିଇଥିଲେ । କେବଳ ୱେଡ ନୁହେଁ ତାଙ୍କ ପରେ ମାର୍କସ ଷ୍ଟୋଇନିସ ମଧ୍ୟ ୱେଡଙ୍କ ଜୋତା ନେଇ ସେଥିରେ ମଦ ପଇବାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଏହାପରେ ଖେଳାଳୀମାନଙ୍କ ଆଚରଣକୁ ନେଇ ଅନେକ ପ୍ରଶ୍ନ ଏବଂ ଅନେକ ଚର୍ଚ୍ଚା ଜୋର ଧରିଛି ।