Badminton

ଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

ଗଞ୍ଜାମ /ରଜନୀକାନ୍ତ ପାତ୍ର : ଲଗାତାର ତିନିଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ । ତିନିଦିନ ଧରି ବ୍ରହ୍ମପୁର ସ୍ପୋର୍ଟସ ଏରିନାରେ ଚାଲିଥିବା ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୩ ରେ ଅସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ ମୁନୀ। ବାଳକ ବର୍ଗରେ ୧୯ ବର୍ଷ ସିଙ୍ଗଲ୍ସ ଓ ଡ଼ବଲସ ଏବଂ ମିକ୍ସ ଡବଲସରେ ଚାମ୍ପିୟାନ ହୋଇ ଅବିନାଶ ଏହି କୃତିତ୍ୱ ହାସଲ କରିଛନ୍ତି । ସେ ଲଗାତାର ଭାବେ ୩ ବର୍ଷ ହେଲା ଚାମ୍ପିୟନ ହୋଇ ଆସୁଛନ୍ତି। ଏପରିକି ସେ ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନର ଦ୍ୱାରା ପ୍ରଦତ୍ତ ର୍ୟାଙ୍କିଙ୍ଗରେ ୧୯ ବର୍ଗର ସବୁ ଫରମାଟରେ ଖେଳି ୫ ନଂ ରାଙ୍କରେ ରହିଛନ୍ତି। ସେ ରାଜ୍ୟର ଅନେକ ଗୁରୁତ୍ବପୂର୍ଣ ମ୍ୟାଚ ଗୁଡିକ ଖେଳି ଆସିକା ପାଇଁ ଗର୍ବ ସାଜିଛନ୍ତି ।

ଆସିକା ମମ ସ୍କୁଲରେ ଅଧ୍ୟୟନ କରୁଥିବା ସମୟରୁ ସେ ଖେଳ ପ୍ରତି ରୁଚି ରଖି ଏ ପର୍ୟ୍ୟନ୍ତ ଆସିଛନ୍ତି। ଆଗକୁ ସର୍ବ ଭାରତୀୟ ସ୍ତରରେ ଖେଳିବା ତାଙ୍କର ଲକ୍ଷ ଥିବା ଜଣାପଡିଛି । ବ୍ରହ୍ମପୁର ଏରିନା ସ୍ପୋର୍ଟସ ଇଣ୍ଡୋର ଷ୍ଟାଡିୟମରେ ତିନିଦିନ ଧରି ଚାଲିଥିବା ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ଅବିନାଶ ମୁନୀ। ଅଗଷ୍ଟ ୨୭ ତାରିଖ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗ ଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ।

ଏସୋସିଏସନ ଉପ ସଭାପତି ସତ୍ୟନାରାୟଣ ସାହୁ, ସମ୍ପାଦକ ମିତେନ୍ଦ୍ର ଭୁଁୟା ଏସୋସିଏସନ ର କର୍ମକର୍ତ୍ତା ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଓଡିଶା ବ୍ୟାଡମିଣ୍ଟନ ଏସୋସିଏସନର ସହଯୋଗରେ ଗଂଜାମ ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନ ଦ୍ୱାରା ଏହି ଚମ୍ପିୟାନସିପର ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ ୩ ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ବିଭିନ୍ନ ବର୍ଗରେ ପ୍ରତିଦ୍ବନ୍ଦିତା କରିଥିଲେ । ମୋଟ ୨୪୦ ଇଭେଣ୍ଟ ଏବଂ ୧୧ କାଟାଗୋରି ରେ ଖେଳ ହୋଇଥିଲା। ଏଥିରେ ୧୧ ବର୍ଷରୁ ୫୦ ବର୍ଷର ଖେଳାଳି ଭାଗ ନେଇଥିଲେ। ବାଳକ ଦଳ ୧୧ବର୍ଷ ସିଙ୍ଗଲ ବିଭାଗରେ ତେଜସ ଜେନା, ୧୫ ବର୍ଷରେ ତପନ ବେହେରା, ୧୫ବର୍ଷ ବାଳିକାରେ ଏ ସାଇଲକ୍ଷ୍ମୀ, ଡବଲସ ୧୫ ବର୍ଷ ବାଳକ ବିଭାଗରେ ଅନିଷ ମିଶ୍ର ଓ ରାଜ ଆନନ୍ଦ ଠାକୁର, ୧୯ ବର୍ଷ ବାଳକ ସିଙ୍ଗଲ ବିଭାଗରେ ଅବିନାଶ ମୁନୀ, ବାଳିକା ବିଭାଗରେ ଏ ସାଇଲକ୍ଷ୍ମୀ , ୧୯ ବର୍ଷ ଡବଲସ ବାଳକ ବର୍ଗରେ ଅବିନାଶ ମୁନୀ ଓ ବୈଷ୍ଣବ ଯାଦବ ଏବଂ ପୁରୁଷ ସିଙ୍ଗଲରେ ବି ସରୋଜ ଦୋରା, ଡବଲସରେ ମୁରଲୀଧର ପତି ଓ ଗୌରବଜିତ ପ୍ରଧାନ ଏବଂ ମିକ୍ସଡ ଡବଲସରେ ଅବିନାଶ ମୁନୀ ଓ ସୋଫିୟା ପାଢ଼ୀ ଓ ୩୫+ମାଷ୍ଟର ଡବଲସରେ ଜେ ଶ୍ରବଣ କୁମାର ଓ ଶିବପ୍ରସାଦ ପାଢ଼ୀ ଏବଂ ୫୦+ବିଭାଗରେ ସୁଧାକର ସି ଭି କେ ଏବଂ ମାନସ ରଞ୍ଜନ ପଣ୍ଡା ବିଜେତା ହୋଇଥିଲେ । ଏହା ସଂପାଦକ ମିତେନ୍ଦ୍ର ଭୁଂୟା ସୂଚନା ଦେଇଛନ୍ତି ।

Related posts

ୟୁରୋପିୟ ଓପନର ସେମିଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

Odisha Sports Bureau

୧୯ବର୍ଷରୁ କମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱରକୁ ୩ ପଦକ

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତରେ ପ୍ରମୋଦଙ୍କୁ ଦ୍ବିମୁକୁଟ