More Sports

ବ୍ରୋଞ୍ଜ ପଦକ ହାସଲ କଲେ ବନିତା ଲାକ୍ରା

ଭୁବନେଶ୍ବର:ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଠାରେ ଖେଳା ଯାଇଥିବା 62nd National Interstate Senior Athlete Championship ରେ କମିଶନରେଟ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ବନିତା ଲାକ୍ରା 4×100 ମିଟର ରିଲେ ଦୌଡରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରିବା ସହିତ ବ୍ରୋଞ୍ଜ ପଦକ ବିଜେତା ହୋଇଛନ୍ତି । ଆଜି ତାଙ୍କୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଡିସିପି ଶ୍ରୀ ପ୍ରତୀକ ସିଂ, ତାଙ୍କର କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରିଥିଲେ । ବନିତା ୨୦୧୫ ମସିହାରେ  କମିଶନରେଟ ପୁଲିସ ବିଭାଗରେ ଜଣେ କନଷ୍ଟେବଳ ଭାବେ ଯୋଗ ଦେବା ସହିତ ନିରବଚ୍ଛିନ୍ନ ଭାବେ ନିଜ କର୍ତ୍ତବ୍ୟ ତୁଲାଇ ଆସୁଛନ୍ତି ।

ଗତ ୨୦୧୬ ମସିହାରେ କଳିଙ୍ଗ ଷ୍ଟାଡିୟମ ଠାରେ ଖେଳାଯାଇଥିବା ଏସିଆନ ଗେମରେ ମଧ୍ୟ ୧୦୦ମିଟର ଏବଂ ୨୦୦ମିଟର ରିଲେ ଦୌଡରେ ସେ ରୌପ୍ୟ ପଦକ ବିଜେତା ହୋଇଥିଲେ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନାମ କମାଇବାର ଲକ୍ଷ୍ୟ ରଖି ସେ ନିୟମିତ ଭାବେ ଦୁଇରୁ ତିନି ଘଣ୍ଟା ଏକାଗ୍ରଚିତ୍ତରେ ଅକ୍ଲାନ୍ତ ପରିଶ୍ରମ କରିବା ସହିତ ରୁଟିନ ଖାଦ୍ୟପେୟ ଗ୍ରହଣ ତାଙ୍କୁ ଏହି ମାଇଲ ଖୁଣ୍ଟ ପାର କରିବାରେ ସହାୟ ହୋଇଥିଲା ।

 

ସିପି, ଡିସିପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସଫଳତା ପାଇଁ ବନିତା ଲାକ୍ରାଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବନିତା ପୋଲିସ ବିଭାଗ ପାଇଁ ଆଗରୁ ମଧ୍ୟ ଅନେକ ସମ୍ମାନ ଓ ପ୍ରଶଂସା ଲାଭ କରିଛନ୍ତି ।

Related posts

ବିଶ୍ୱ ଚମ୍ପିଆନସିପ୍: ଅନ୍ନୁ ରାଣୀ ଜାଭେଲିନ୍ ଥ୍ରୋ ର ଫାଇନାଲରେ ପ୍ରବେଶ କରିଥବା ପ୍ରଥମ ଭାରତୀୟ ମହିଳା

Odisha Sports Bureau

F1 ରେସ୍: ବ୍ରିଟିଶ୍ ଗ୍ରାଣ୍ଡ୍ ପ୍ରିକ୍ସ ଟାଇଟଲ୍ ଜିତି ରେକର୍ଡ ସୃଷ୍ଟିକଲେ ଲୁଇସ୍

Odisha Sports Bureau

ଭାରତ ପାଇଁ ନୀରଜ ଆଣିବେ ସ୍ୱର୍ଣ୍ଣ !!!

Odisha Sports Bureau