ନୂଆଦିଲ୍ଲୀ: ବାରବାଡୋସ ଛାଡିବ ଟି ୨୦ ବିଶ୍ୱ ବିଜେତା ଟିମ ଇଣ୍ଡିଆ । ସାମୁଦ୍ରିକ ଝଡ ପାଇଁ ୱେଷ୍ଟଇଣ୍ଡିଜରେ ଫସିଛନ୍ତି ଭାରତୀୟ ଦଳ । ତେବେ ଗତକାଲି ହୁରିକେନ ‘ବେରିଲ ‘ ହିଟ କରିଛି । ଏବେ ସ୍ଥିତି ସାମାନ୍ୟ ହୋଇଥିବା ବେଳେ ଆଜି ବାରବାଡୋସ ଛାଡିବେ ଖେଳାଳି ଓ ଟିମ ସପୋର୍ଟ ଷ୍ଟାଫ୍ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟିମ ଇଣ୍ଡିଆ ସ୍ୱଦେଶ ଫେରିବା ପାଇଁ ବିସିସିଆଇ ଚାଟାର୍ଡ ଫ୍ଲାଇଟର ବ୍ୟବସ୍ଥା କରିଛି ।
ଗତ ସୋମବାର ଦିନ ହୁରିକେନ ‘ବେରିଲ’ ବାରବାଡୋସରେ ଲ୍ୟାଣ୍ଡଫଲ କରିଛି । ତେଣୁ ଆଜି ସନ୍ଧ୍ୟାରେ ସ୍ଥାନିୟ ସମୟ ୬ ଟାରେ ଭାରତୀୟ ଟିମ ୱେଷ୍ଟଇଣ୍ଡିଜି ଛାଡିବ । ଭାରତୀୟ ସମାନୁସାରେ ଆସନ୍ତା କାଲି ଭୋର ସାଢେ୩ ଟା ରେ ଏହା ହେବ । ଏହାର ପ୍ରାୟ ୧୬ ଘଣ୍ଟା ପରେ ଅର୍ଥାତ ଆସନ୍ତା କାଲି ସନ୍ଧ୍ୟା ୭ ଟା ୪୫ରେ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ ଟିମ । ସେପଟେ ଭାରତୀୟ ଦଳପାଇଁ ବିସିସିଆଇ ସ୍ୱତନ୍ତ୍ର ବିମାନର ବ୍ୟବସ୍ଥା କରିଛି ।
ସୂଚନା ଅନୁଯାୟୀ, ଜୁନ ୨୯ ତରିଖରରେ ଭାରତ – ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି ୨୦ ବିଶ୍ୱକପ ଫାଇନାଲ ମୁକାବିଲା ହୋଇଥିଲା । ଟିମ ଇଣ୍ଡିଆ ଅନ୍ତିମ ଓଭରରେ ସାଉଥ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟାଇଟଲ ହାତେଇଛି । ୧୭ ବର୍ଷରେ ପୁଣି ଥରେ ବିଶ୍ୱ ବିଜେତା ହୋଇଛି ଭାରତୀୟ ଦଳ ।