Cricket

‘ଭାରତ ମାଟ୍ରିମୋନି’ ର ବ୍ରାଣ୍ଡ ଆମ୍ବାସାଡର ହେଲେ ମହେନ୍ଦ୍ର ସିଂ ଧୋନୀ

 ନିକଟରେ ‘ଭାରତ ମାଟ୍ରିମୋନି’ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ତାର ନିଜ ବ୍ରାଣ୍ଡ ଆମ୍ବାସାଡର କରିଛି। ଅନ୍ୟପଟେ ଧୋନି ଏବେ ପୂରା ଫ୍ରି ଅଛନ୍ତି। ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ରେ ଧୋନିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଏବେ ତାଙ୍କ ପାଖରେ ସମୟ ହିଁ ସମୟ। ଏପରି ସମୟରେ ସେ ଯୁବକଯୁବତୀଙ୍କ ବାହାଘର କରାଇବାକୁ ଅଣ୍ଟା ଭିଡିଛନ୍ତି। ତାହା ପୁଣି ଅନ୍‌ଲାଇନ୍‌ରେ।

ମାଟ୍ରିମୋନି ୱେବସାଇଟ୍‌ ସହ ଯୋଡ଼ି ହେବା ପରେ ସେ କହିଛନ୍ତି, “ଏହି ସାଇଟ୍‌ ବହୁତ ସଫଳ ବିବାହ କରାଇପାରିଛି। ଏହାସହ ଯୋଡ଼ି ହୋଇ ବହୁତ ଖୁସି ଲାଗୁଛି।”
ୱେବସାଇଟ୍‌ ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ମୁରୁଗେଲ ଜାନକିରମନ୍‌ କହିଛନ୍ତି, “ଏଥିପାଇଁ ଧୋନି ହେଉଛନ୍ତି ଠିକ୍‌ ବ୍ୟକ୍ତି। କାରଣ ସେ ବହୁତ ଯୁବକଯୁବତୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ଏହି ସମ୍ମାନ ସେ ନିଜର ନେତୃତ୍ୱ ନେବାର କ୍ଷମତାରୁ ପାଇପାରିଛନ୍ତି।”

ସେ ଆହୁରି କହିଛନ୍ତି, “ହସଖୁସିର ବୈବାହିକ ଜୀବନ, ସ୍ୱାମୀର ଦାୟିତ୍ୱ ଓ ଭଲ ବାପା ହେବା ପରି ଗୁଣ ପାଇଁ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି।”

Related posts

ଭାରତ ଜିତିବା ପରେ ଏଭଳି କିଛି ଫଟୋ ସେୟାର କଲେ ଅନୁଷ୍କା

Odisha Sports Bureau

ମୁମ୍ବଇ ଦଳରୁ ବାଦ ପଡିଲେ ସରଫରାଜ ; ଏହି କାରଣକୁ ଖେଳିବେ ନାହିଁ ମ୍ୟାଚ୍

Odisha Sports Bureau

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଗୌତମ ଗମ୍ଭୀର

Odisha Sports Bureau