Cricket

ଅଷ୍ଟ୍ରେଲିଆକୁ ଝଟକା: ଗୋଲ୍ଫ କୋର୍ଟରୁ ଖସିଲେ ମ୍ୟାକ୍ସୱେଲ, ଇଂଲଣ୍ଡ ବିପକ୍ଷରେ ଖେଳିବେନି

ନୂଆଦିଲ୍ଲୀ : ଚଳିତ ବିଶ୍ୱକପ ଇଂଲଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ବଡ ଝଟକା । ଦଳର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଗୋଲ୍ଫ କୋର୍ଟରୁ ଖସି ଆହତ ହୋବା କାରଣରୁ ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳିପାରିବେ ନାହିଁ । ଏହି ମ୍ୟାଚ୍ ନଭେମ୍ଵର ୪ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ମିଡିଆ ରିପୋର୍ଟ ଅନୁଯାୟୀ, ଗ୍ଲେନ ମ୍ୟାକ୍ସଓ୍ଵେଲ ଗୋଲ୍ଫ କୋର୍ଟରେ ବସିଥିବା ବେଳେ ପଛରୁ ଖସି ପଡ଼ିଛନ୍ତି। କିନ୍ତୁ ଏହା ଜଣା ପଡ଼ିନାହିଁ ଯେ ମ୍ୟାକ୍ସଓ୍ଵେଲଙ୍କୁ କେତେ ଆଘାତ ଲାଗିଛି। ମ୍ୟାକ୍ସଓ୍ଵେଲ୍ ବାଦ୍ ପଡ଼ିବା ଅଷ୍ଟ୍ରେଲିଆକୁ ବହୁତ ଅଡ଼ୁଆରେ ପକାଇପାରେ। ଏହି ଖେଳାଳି ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଅଷ୍ଟ୍ରେଲିଆର ସ୍ପିନ ବିଭାଗ ଦାୟିତ୍ଵ ଆଡମ ଜାମ୍ପାଙ୍କ ସହ ସମ୍ଭାଳିଥାନ୍ତି। ସେ ମଧ୍ୟକ୍ରମରେ ଜଣେ ଗୁରୁତ୍ଵପୂର୍ଣ୍ଣ ବ୍ୟାଟର। ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍ରେ ସେ ମାତ୍ର ୪୦ ବଲ୍ରୁ ବିଶ୍ଵକପ୍ ଇତିହାସରେ ଦ୍ରୁତତମ  ଶତକ ଅର୍ଜନ କରିଥିଲେ।

Related posts

ରୋହିତଙ୍କୁ ଧୋକା ଦେଉଛି ଭାଗ୍ୟ

ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆଜି

Odisha Sports Bureau

୬ ଓ୍ଵିକେଟ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ହରାଇଛି ସନରାଇଜର୍ସ ହାଇଦ୍ରାବାଦ