Cricket

ପାକିସ୍ତାନ ମ୍ୟାଚ ପୂର୍ବରୁ ଟିମକୁ ଫେରିଲେ ବୁମରା

ଭୁବନେଶ୍ୱର;ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମକୁ ଫେରିଲେ କ୍ରିକେଟର ଯଶପ୍ରୀତ ବୁମରା। କିଛି ଦିନ ତଳେ ସେ ପତ୍ନୀଙ୍କ ପ୍ରସବ ଖବର ପାଇ ମୁମ୍ବାଇ ଫେରି ଆସିଥିଲେ। ବୁମରା ହଠାତ୍ ଏଭଳି ଭାରତ ଫେରିବା ପରେ ଦଳକୁ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଶୁକ୍ରବାର ବୁମରା ପୁଣି ଥରେ ଭାରତୀୟ କ୍ରିକେଟ କ୍ୟାମ୍ପକୁ ଫେରିଛନ୍ତି। ରବିବାର ଭାରତ-ପାକିସ୍ତାନ ମ୍ୟାଚ୍ ଥିବାରୁ ବୁମରା ସାମିଲ ହେବା ପରେ ଦଳ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।ପୂର୍ବରୁ ବର୍ଷା ପାଇଁ ଭାରତ-ପାକିସ୍ତାନ ମ୍ୟାଚ୍ ବାତିଲ ହୋଇଥିବା ବେଳେ ରବିବାର ହେବାକୁ ଥିବା ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ବର୍ଷା ପାଇଁ ପୁଣି ଥରେ ଯେମିତି ମ୍ୟାଚ୍ ବାତିଲ ନହୋଇଯାଉ ସେଥିପାଇଁ ଚିନ୍ତାରେ କ୍ରିକେଟପ୍ରେମୀ। ପୂର୍ବରୁ ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରି ଅଲଆଉଟ୍ ହୋଇଯାଇଥିଲା । ଫଳରେ ପାକିସ୍ତାନ ଆଗରେ ୨୬୭ ରନର ଲକ୍ଷ୍ୟ ରହିଥିଲା । କିନ୍ତୁ ବର୍ଷା ଯୋଗୁଁ ପାକିସ୍ତାନ ଟିମ ବ୍ୟାଟିଂ କରିପାରିନଥିଲା । ଫଳରେ ଉଭୟ ମ୍ୟାଚକୁ ବାତିଲ କରାଯିବା ସହ ପଏଣ୍ଟ ଭାଗ କରାଯାଇଥିଲା ।

Related posts

ଏତିକି ମ୍ୟାଚ୍‌ରୁ ନିଲମ୍ଵିତ ହୋଇପାରନ୍ତି ହରମନପ୍ରୀତ କୌର

ଟି-୨୦ ଫର୍ମାଟ୍ ରେ ପରିବର୍ତ୍ତନ, ଆସିଲା ନୂଆ ନିୟମ

Odisha Sports Bureau

ବାରବାଟୀ ଅଭିମୁଖେ ଖେଳାଳି