Football

ମେସିଙ୍କୁ କୁଣ୍ଢାଇ ପକାଇଲା ଫ୍ୟାନ,ଗିରଫ କଲା ଚୀନ ପୋଲିସ

ଲିଓନେଲ ମେସି ଫିଫା ବିଶ୍ୱକପ ଟାଇଟଲ ଜିତିବା ପରେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ।ଚୀନର ରାଜଧାନୀ ବେଜିଂରେ ଖେଳାଯାଉଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୦ରେ ହରାଇଛି । ଏହି ମୁକାବିଲାରେ ଆର୍ଜେଣ୍ଟିନାର ଅଧିନାୟକ ମେସିଙ୍କ ଗୋଲ୍ ଯୋଗୁଁ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ମାତ୍ ଦେଇଥିଲା । ଏହି ସମୟରେ ଚର୍ଚ୍ଚାକୁ ଆସିଛନ୍ତି ୧୮ ବର୍ଷୀୟ ଯୁବ ଫ୍ୟାନ ।ଫ୍ୟାନ୍ ଜଣକ ମେସିଙ୍କୁ ସାକ୍ଷାତ କରିବା ପାଇଁ ସୁରକ୍ଷା ନମାନି ବାଡ ଡେଇଁ ଗ୍ରାଉଣ୍ଡ କୁ ଏଣ୍ଟ୍ରି କରିଥିଲେ । ଗ୍ରଉଣ୍ଡକୁ ଦୌଡି ଆସି ଯୁବକ ଜଣକ ମେସିଙ୍କୁ କୁଣ୍ଢାଇ ପକାଇଥିଲେ ।

ମେସିଙ୍କ ଫ୍ୟାନଙ୍କ ଏଭଳି ମନୋବଳ ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଥିଲେ । କେବଳ ମେସି ନୁହେଁ ଫ୍ୟାନ୍ ଜଣକ ଆର୍ଜେଣ୍ଟିନାର ଗୋଲକିପର ଏମିଲିୟାନୋ ମାର୍ଟିନେଜଙ୍କ ସହିତ ହାଇଫାଇଭ ମଧ୍ୟ କରିଥିଲେ । ଏହି ସମୟରେ ସୁରକ୍ଷା କର୍ମୀ ଆସି ତାଙ୍କୁ ବାହାରକୁ ନେଇଯାଇଥିଲେ ।
ତେବେ ଖବର ମୁତାବକ, ଏବେ ସେହି ଯୁବକଙ୍କୁ ଗିରଫ କରାଯାଇଛି । ବେଜିଂର ଚାଓୟାଙ୍ଗ ଜିଲ୍ଲା ପୋଲିସ ଏକ ବୟାନରେ କହିଛନ୍ତି, ଫ୍ୟାନ୍ସଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଛି । ଆଗାମୀ ୧୨ ମାସ ପର୍ୟ୍ୟନ୍ତ ଷ୍ଟାଡିୟମରେ ପ୍ରବେଶ ପାଇଁ ବ୍ୟାନ୍ ଲଗାଯାଇଛି । ତେବେ ନିୟମ ଅନୁଯାୟୀ, ଖେଳ ଦେଖିବାକୁ ଆସିଥିବା ଫୁଟବଲ ପ୍ରଶଂସକ ଯଦି କୌଣସି ନିୟମ ଭଙ୍ଗ କରନ୍ତି, ତେବେ ତାଙ୍କୁ ଆଇନ ମୁତାବକ ଦଣ୍ଡିତ କରାଯିବ ।

Related posts

କଳିଙ୍ଗରେ ନେରୋକା- ଆରୋଜ୍ ଭେଟ

Odisha Sports Bureau

‘ଫିଫା’ ବିଶ୍ବକପ୍ ଫୁଟବଲ୍ ମ୍ୟାଚରେ ବେଲଜିୟମ୍ ହାରିଯିବାରୁ ଦଙ୍ଗାଗୋଳ

Odisha Sports Bureau

ଜୀବନ ଯୁଦ୍ଧରେ ହାରିଗଲେ ଫୁଟବଲର

Odisha Sports Bureau