Cricket

ପଞ୍ଜାବ କିଙ୍ଗସକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ

ଧର୍ମଶାଳା: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ହାରି ପଞ୍ଜାବ କିଙ୍ଗସର ପ୍ଲେ ଅଫ୍ ଆଶା ଝୁଲି ରହିଛି । ବୁଧବାର ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚ୍ରେ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିସାରିଥିବା ଦିଲ୍ଲୀ ୧୫ ରନ୍ରେ ପଞ୍ଜାବକୁ ପରାସ୍ତ କରିଥିଲା। ଦିଲ୍ଲୀ ଧାର୍ୟ୍ୟ କରିଥିବା ୨୧୪ ରନ୍ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯୮/୮ରେ ଅଟକି ଯାଇଥିଲା। ଶିଖର ଧାୱନ ଖାତା ଖୋଲି ପାରିନଥିଲା ବେଳେ ପ୍ରଭସିମ୍ରନ ସିଂହ ଅଧିକ ସମୟ ତିଷ୍ଠି ପାରିନଥିଲେ। ଅଥର୍ବ ତାଇଦେ ଓ ଲିଆମ୍ ଲିଭିଂଷ୍ଟୋନ୍ ତୃତୀୟ ୱିକେଟ୍ରେ ୭୮ ରନ୍ ଯୋଡ଼ିଥିଲେ ମଧ୍ୟ ରନ୍ ଗତି ଧିମେଇଯାଇଥିଲା। ଏହି ବିଜୟ ଦିଲ୍ଲୀ ପାଇଁ ବିଶେଷ କିଛି ଫରକ ଆଣୁନଥିଲେ ବି ପଞ୍ଜାବର ପ୍ଲେ ଅଫ୍ ଖେଳିବା ଆଶା ଆଶଙ୍କା ଭିତରକୁ ଚାଲିଯାଇଛି। ପଞ୍ଜାବ ଏବେ ୧୨ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ସ୍ଥିର ଥିଲା ବେଳେ ପ୍ଲେ ଅଫ୍ ଯିବାକୁ ହେଲେ ସମାନ ପଏଣ୍ଟରେ ଥିବା ରାଜସ୍ଥାନ ରୟାଲ୍ସକୁ ଶେଷ ମ୍ୟାଚ୍ରେ ହରାଇବାକୁ ପଡ଼ିବ ଏବଂ ମୁମ୍ବାଇ-ହାଇଦ୍ରାବାଦ, କୋଲକାତା-ଲକ୍ଷ୍ନୌ ଓ ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବାକୁ ହେବ।

Related posts

ଅଷ୍ଟ୍ରେଲିଆ –ଇଂଲଣ୍ଡ ଦ୍ୱିତୀୟ ଆଶେସ ଟେଷ୍ଟ

Odisha Sports Bureau

ପିତାଙ୍କ ପରଲୋକରେ ପଡ଼ିଆକୁ ଆସିଲେ ରସିଦ ଖାନ

Odisha Sports Bureau

ବିଶ୍ୱକପରେ ଟିମ ଭାରତକୁ ବଡ ଝଟକା : ଦଳରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau