Badminton

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

କଟକ: କଟକର କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଆସସିଷ୍ଟାଣ୍ଡ ଡି ଇ ଓ ସନ୍ତୋଷ କୁମାର ରାଉତ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଭ ଦର୍ଶିନୀ ନନ୍ଦ ପ୍ରଧାନ ଶିକ୍ଷୟତ୍ରୀ, ମୋ ସ୍କୁଲ କମିଟି ସଭାପତି ଅରୁଣ ଭୂୟାଁ, ସରୋଜ ମହାନ୍ତି, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୌଦାମିନୀ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ୬୦ ସ୍କୁଲର କୁନି ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଅଣ୍ଡର-୧୭ରେ ୨୫ ଜଣ ପୁଅ ଖେଳାଳୀ ଅଂଶଗ୍ରହଣ କରିଥିଲାବେଳେ ଅଣ୍ଡର-୧୪ ରେ ପାଖାପାଖି ୨୦ଜଣ ପୁଅ ଖେଳାଳୀ ଅଂଶଗ୍ରହଣ କରିଥିଲେ । ସେହିପରି ଅଣ୍ଡର-୧୭ରେ ୧୦ ଜଣ ଝିଅ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ଅଣ୍ଡର-୧୪ ରେ ମଧ୍ୟ ୧୦ରୁ ୧୨ ଜଣ ଝିଅ ଖେଳାଳୀ ଅଂଶ ଗ୍ରହଣ କରିଥିଲେ । ପ୍ରଥମ, ଦ୍ୱିତୀ, ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳି ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ତେବେ ଯେଉଁମାନେ ଏଠାରେ ଚୟନ ଖେଳାଳୀ ସେମାନେ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିରରେ ଷ୍ଟେଟ୍ ଲେବୁଲ ବ୍ୟାଡମିଣ୍ଟନ ଚାମ୍ପିଆନସିପରେ ଖେଳି ପାରିବେ ।

Related posts

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

Odisha Sports Bureau

ଅନ୍ତଃରାଷ୍ଟ୍ରିୟ ବ୍ୟାଡମିଣ୍ଟନରୁ ଲି ଜୁୁ ରୁଇଙ୍କ ସନ୍ନ୍ୟାସ

Odisha Sports Bureau

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

Odisha Sports Bureau