Cricket

୨୦୨୪ ଟି-୨୦ ବିଶ୍ୱକପ; ଭାରତ ସମେତ ଯୋଗ୍ୟତା ହାସଲ କଲେ ୧୨ ଟିମ

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପରେ ଯୋଡି ହେଲେ ୧୨ ଟିମ । ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି ।ଚଳିତ ବର୍ଷ ୧୬ ଟି ଟିମ୍ ଟି-୨୦ ବିଶ୍ୱକପ୍ରେ ଅଂଶ ଗ୍ରହଣ କରିଥିଲେ ।କିନ୍ତୁ ସେମାନଙ୍କ ମଧ୍ୟରୁ ୨ଟି ଟିମ ସୁପର ୧୨ ଯାଇଥିବା ବେଳେ ୪ଟି ଦଳ ସେମି ଫାଇନାଲକୁ ଯାଇଥିଲା ।
ସୂଚନାମୁତାବକ, ତେବେ ୨୦୨୪ ବିଶ୍ୱକପ ନିମନ୍ତେ ୧୨ଟି ଟିମ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି । ଏହି ବିଶ୍ୱକପ ୱଷ୍ଟେଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ ।ଏହା ସହ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ।ଏ ନେଇ ଏବେ ଠାରୁ ଚଳଞ୍ଚଚଳ ହୋଇଛନ୍ତି ଉଭୟ ଦେଶ । ଆୟୋଜକ ଭାବେ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ପ୍ରଥମରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଏହା ସହ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଅବଶିଷ୍ଟ ଟିମଗୁଡିକ ହେଲେ ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ଶ୍ରୀଲଙ୍କା, ନେଦରଲାଣ୍ଡ ଏବଂ ବାଂଲାଦେଶ ।

ଖବରଅନୂଯାୟୀ; ଆଗାମୀ ଟି-୨୦ ବିଶ୍ୱକପରେ ୨୦ଟି ଟିମ ଖେଳିବେ । ୪ଟି ଗ୍ରୁପରେ ଟିମଗୁଡିକ ବଣ୍ଟାଯିବ। ପ୍ରତ୍ୟେକ ଗ୍ରୁପରେ ୨ଟି ଟିମ ସୁପର ୮କୁ ଉନ୍ନୀତ ହେବେ ।ସୁପର ୮କୁ ୨ଟି ଗ୍ରୁପରେ ପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଁଏ ଟିମ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବେ ।

Related posts

ଆଜି ମୁହାଁମୁହିଁ ହେବେ ଗୁଜୁଗୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ

Odisha Sports Bureau

ପଂଜାବ ବିରୋଧରେ ପ୍ରତିଶୋଧ ନେବା ଲକ୍ଷରେ ମୁମ୍ବାଇ

Odisha Sports Bureau

ଭାରତ ପାକିସ୍ତାନ ମ୍ୟାଚ ବେଳେ ଷ୍ଟାଡିୟମରେ କମ୍ପିଲା ରାମ ନାମ

Odisha Sports Bureau