Cricket

୨୦୨୪ ଟି-୨୦ ବିଶ୍ୱକପ; ଭାରତ ସମେତ ଯୋଗ୍ୟତା ହାସଲ କଲେ ୧୨ ଟିମ

ମେଲବର୍ଣ୍ଣ: ଟି-୨୦ ବିଶ୍ୱକପରେ ଯୋଡି ହେଲେ ୧୨ ଟିମ । ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି ।ଚଳିତ ବର୍ଷ ୧୬ ଟି ଟିମ୍ ଟି-୨୦ ବିଶ୍ୱକପ୍ରେ ଅଂଶ ଗ୍ରହଣ କରିଥିଲେ ।କିନ୍ତୁ ସେମାନଙ୍କ ମଧ୍ୟରୁ ୨ଟି ଟିମ ସୁପର ୧୨ ଯାଇଥିବା ବେଳେ ୪ଟି ଦଳ ସେମି ଫାଇନାଲକୁ ଯାଇଥିଲା ।
ସୂଚନାମୁତାବକ, ତେବେ ୨୦୨୪ ବିଶ୍ୱକପ ନିମନ୍ତେ ୧୨ଟି ଟିମ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି । ଏହି ବିଶ୍ୱକପ ୱଷ୍ଟେଇଣ୍ଡିଜ ଏବଂ ଆମେରିକାରେ ଖେଳାଯିବ ।ଏହା ସହ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି ।ଏ ନେଇ ଏବେ ଠାରୁ ଚଳଞ୍ଚଚଳ ହୋଇଛନ୍ତି ଉଭୟ ଦେଶ । ଆୟୋଜକ ଭାବେ ୱେଷ୍ଟଇଣ୍ଡିଜ ଏବଂ ଆମେରିକା ପ୍ରଥମରୁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଏହା ସହ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ଅବଶିଷ୍ଟ ଟିମଗୁଡିକ ହେଲେ ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, ଶ୍ରୀଲଙ୍କା, ନେଦରଲାଣ୍ଡ ଏବଂ ବାଂଲାଦେଶ ।

ଖବରଅନୂଯାୟୀ; ଆଗାମୀ ଟି-୨୦ ବିଶ୍ୱକପରେ ୨୦ଟି ଟିମ ଖେଳିବେ । ୪ଟି ଗ୍ରୁପରେ ଟିମଗୁଡିକ ବଣ୍ଟାଯିବ। ପ୍ରତ୍ୟେକ ଗ୍ରୁପରେ ୨ଟି ଟିମ ସୁପର ୮କୁ ଉନ୍ନୀତ ହେବେ ।ସୁପର ୮କୁ ୨ଟି ଗ୍ରୁପରେ ପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପରୁ ୨ଟି ଲେଖାଁଏ ଟିମ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିବେ ।

Related posts

ପ୍ରତିପକ୍ଷକୁ ତା’ରି ଭାଷାରେ ଉତ୍ତର ଦେବୁ: କୋହଲି

Odisha Sports Bureau

ଡ଼େଲ ଷ୍ଟେନ ରେକର୍ଡ଼ ଭାଙ୍ଗିବା ସହ ଇତିହାସ ରଚିଲେ

Odisha Sports Bureau

ଭାରତ-ଦକ୍ଷିଣ ଆଫ୍ରିକା: ବର୍ଷା ପାଇଁ ବାତିଲ ହେଲା ପ୍ରଥମ ମୁକାବିଲା

Odisha Sports Bureau