Cricket

ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ

ନୂଆଦିଲ୍ଲୀ: ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ମିଳିଛି ହତ୍ୟା ଧମକ । ଉତ୍ତର ପ୍ରଦେଶର ଆମେରୋହାରେ ରହୁଛନ୍ତି କ୍ରିକେଟର ମହମ୍ମଦ ଶାମି । ତାଙ୍କୁ ଇମେଲ ମାଧ୍ୟମରେ ଏହି ହତ୍ୟା ଧମକ ଆସିଥିବା ବୋଲି କୁହାଯାଉଛି ।  ଏନେଇ ଆମେରୋହା ଥାନରେ ଅଭିଯୋଗ କରିଛନ୍ତି ମହମ୍ମଦ ଶାମିଙ୍କ ଭାଇ ହସିବ  । ଆମରୋହା ଏସ୍‌ପି ଅମିତ କୁମାର ଆନନ୍ଦଙ୍କ ନିର୍ଦ୍ଦେଶ ପରେ ସାଇବର ସେଲ୍‌ରେ ଏହି ମାମଲା ସମ୍ପର୍କରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଥିଲା। ତେବେ ଶାମି ରବିବାର ତାଙ୍କ ଇମେଲରେ ରାଜପୁତ ସିନ୍ଧର ନାମକ ଏକ ମେଲ ଆଇଡିରୁ ଏକ ଧମକପୂର୍ଣ୍ଣ ମେସେଜ ପାଇଥିବା ତାଙ୍କ ଭାଇ ପୋଲିସକୁ କହିଛନ୍ତି। ତେବେ ଏହି କଥା ସାମ୍ନାକୁ ଆସିବା ପରେ ଆମରୋହା ସାଇବର ସେଲ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ , ଶାମିଙ୍କୁ ମେଲରେ ହତ୍ୟା ଧମକ ଦିଆଯାଇଛି। ଏ ସଂକ୍ରାନ୍ତରେ ପ୍ରଥମେ ମେ’ ୪ରେ ଏକ ଇମେଲ ଆସିଥିଲା। ଏହାପରେ ଦ୍ୱିତୀୟ ଇମେଲ ଆଜି ସକାଳେ ଆସିଥିଲା। ସେଥିରେ ଲେଖାଯାଇଛି ଯେ ଆମେ ତୁମକୁ ହତ୍ୟା କରିବୁ। ସରକାର ଆମର କିଛି କରିପାରିବେ ନାହିଁ ବୋଲି କୁହାଯାଇଛି। କର୍ନାଟକର ରାଜପୁତ ସିନ୍ଧର ନାମକ ମେଲ୍‌ ଆଇଡିରୁ ମେଲଟି ପଠାଇଛନ୍ତି, ଯେଉଁଥିରେ ୧ କୋଟି ଟଙ୍କା ନ ଦେଲେ ଜୀବନରେ ମାରି ଦେବାକୁ ଧମକ ମିଳିଛି। ପୋଲିସ ତଦନ୍ତ କରୁଛି।

Related posts

ଏସିଆ କପ୍ ଦଳକୁ ନେଇ ଗୌତମ ଗମ୍ଭୀର ଅସନ୍ତୁଷ୍ଟ; ଚୟନ କମିଟିକୁ କଲେ କଡ଼ା ସମାଲୋଚନା

Odisha Sports Bureau

ଆଇସିସିର ବୈଠକରେ ଭାରତ-ପାକ ମ୍ୟାଚ ଉପରେ ଆଲୋଚନା

Odisha Sports Bureau

ମେ ୨୪ରେ ଆଇପିଏଲ ଫାଇନାଲ

Odisha Sports Bureau