Hockey

ହକି ଦଳକୁ ନବୀନଙ୍କ ଭେଟି

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ସଫଳତା ପରେ ବିଭିନ୍ନ ସ୍ଥାନରୁ ଦଳ ପାଇଁ ଅନେକ ଉପହାର ଏବଂ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏ ସମସ୍ତ ଉପହାର ମଧ୍ୟରେ ହକିର ପ୍ରାୟୋଜକ ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଦଳକୁ ମିଳିଛି ସବୁଠାରୁ ମୂଲ୍ୟବାନ ଉପହାର । ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ହକି ଦଳର ପ୍ରାୟୋଜକ ରହିବେ ବୋଲି ସେ ଘୋଷଣା କରିଛନ୍ତି । ତେବେ ଏହା ପୂର୍ବରୁ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ଏହାକୁ ୫ ବର୍ଷ ପାଇଁ ପ୍ରାୟୋଜକ ହେବାର ଚୁକ୍ତି କରିଥିଲେ । ତେବେ ଦଳର ଅଲିମ୍ପିକ୍ସ ସଫଳତା ପରେ ସେ ଏହାକୁ ଆଉ ୧୦ ବର୍ଷ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଅର୍ଥାତ ୫ ବର୍ଷର ଚୁକ୍ତି ସରିବା ପରେ ଆଗାମୀ ୧୦ ବର୍ଷ ଓଡିଶା ସରକାର ଭାରତୀୟ ହକି ଦଳ ସହିତ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି । ୨୦୨୩ ପରେ ଆଉ ୧୦ ବର୍ଷ ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ଭାରତ ଇଣ୍ଡିଆନ ହକି ଟିମର ପ୍ରାୟୋଜକ ରହିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହକି ଇଣ୍ଡିଆ ସହ ଆମର ପାର୍ଟନରଶିପ୍ ଦେଶ ପାଇଁ ଏକ ବଡ଼ ଉପଲବ୍ଧି। ଆମେ ଆମର ଏହି ପାର୍ଟନରଶିପକୁ ଆଗକୁ ବଢ଼ାଇବୁ। ଓଡ଼ିଶା ଆଉ ୧୦ ବର୍ଷ ପାଇଁ ହକି ଇଣ୍ଡିଆ ସହ ରହିବା ନେଇ ଆମେ ଘୋଷଣା କରୁଛୁ। ଆଉ ଏହା ଭାରତୀୟ ହକିରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ସହ ଦେଶକୁ ତା’ର ପୂର୍ବ ଗୌରବ ଫେରାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଟୋକିଓରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଆମକୁ ଗର୍ବିତ କରିଛନ୍ତି। ଅଲିମ୍ପିକ୍ସରେ ଭାରତ ତା’ର ପୂର୍ବ ଗୌରବ ଫେରି ପାଇବା ସମସ୍ତଙ୍କୁ ଭାବବିହ୍ୱଳ କରିଛି। ଚାରି ଦଶନ୍ଧି ପରେ ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ହକିରେ ପଦକ ଜିତିଛି। ଆଉ ପୂରା ଦେଶ ହକି ଦଳର ମ୍ୟାଚ୍ ଦେଖିବା ପାଇଁ ଯେଉଁ ଉତ୍ସାହ ଦେଖାଇଲେ, ତାହା ଏହି କ୍ରୀଡ଼ା ପ୍ରତି ସେମାନଙ୍କର ଭଲପାଇବା ଦର୍ଶାଇଛି।
ଭାରତର ପୂର୍ବ ପ୍ରାୟୋଜକ ସାହାରା ହକି ଦଳର ହାତ ଛାଡିବା ପରେ ଏହାର ହାତ ଧରିଥିଲେ ରାଜ୍ୟ ସରକାର । ଏହା ସହିତ ସେମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ ମଧ୍ୟ କରାଇଥିଲେ । ଯାହା ଫଳରେ ଦଳ ଆଜି ବିଶ୍ୱ ସ୍ତରରେ ଏକ ବଡ ସଫଳତା ହାସଲ କରିପାରିଛି । ତେବେ ହକି ଦଳର ଏହି ସଫଳତା ପଛରେ ନବୀନଙ୍କର ହାତ ରହିଥିବା କହିଛନ୍ତି ।

Related posts

ଡିଫେଣ୍ଡିଙ୍ଗ ଚାମ୍ପିଅନ‌କୁ ହରାଇଲା ଜର୍ମାନୀ, ପିନ୍ଧିଲା 2023ର ହକି ବିଶ୍ୱକପ ଟାଇଟଲ

Odisha Sports Bureau

ହକିରେ ଜର୍ମାନୀଠୁ ହାରିଲା ଭାରତ

Odisha Sports Bureau

ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ

Odisha Sports Bureau