More Sports Tennis

ସାନିଆଙ୍କୁ GOLDEN VISA

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟର୍ସ): ଟେନିସ ଖେଳାଳୀ ସାନିଆ ମିର୍ଜାଙ୍କୁ ମିଳିଛି ବଡ ଉପହାର । ନିଜ ଖେଳ ଦ୍ୱାରା ସାରା ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ସାନଆଙ୍କୁ ମିଳିଯାଇଚି ଗୋଲ୍ଡେନ ଭିସା । ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ UAE ର ଗୋଲ୍ଡେନ ଭିସା ପାଇଛନ୍ତି ସାନିଆ । ପରିଚୟ ଏବଂ ନାଗରିକତ୍ୱ ପାଇଁ ଗୋଲଲ୍ଡେନ ଭିସା ଦେଇଥିବା ଫେଡେରାଲ୍ ଅଥରିଟି ଶେଖ ମହମ୍ମଦ ବିନ୍ ରସିଦଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଗୋଲଡେନ୍ ଭିସା ମାଧ୍ୟମରେ ଜଣେ ୟୁଏଇରେ ୧୦ ବର୍ଷ ରହିପାରିବ । ତେଣୁ ସାନିଆ ବର୍ତ୍ତମାନ ତାଙ୍କ ସ୍ୱାମୀ ତଥା ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ସହ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ରହିପାରିବେ। ପୂର୍ବରୁ ସାଧାରଣତଃ ବ୍ୟବସାୟୀ, ନିବେଶକ, ଡାକ୍ତର ଏବଂ ଅନ୍ୟାନ୍ୟ ସମାନ ବୃତ୍ତିର ଲୋକଙ୍କୁ ଏହି ଭିସା ଦିଆଯାଉଥିଲା । ପରେ ଏହାର ନିୟମ ପରିବର୍ତ୍ତନ କରାଯାଇଥିଲା । ତେବେ ଗୋଲ୍ଡେନ ଭିସା ପାଇବାରେ ସାନିଆ ତୃତୀୟ ଭାରତୀୟ ହୋଇଛନ୍ତି । ଏହା ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ଶାହାରୁଖ ଖାନଙ୍କୁ ଏହି ଭିସା ମିଳିସାରିଛି।

Related posts

ଜିଲ୍ଲା ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ

Odisha Sports Bureau

ୟୁଏଏସସ୍ ଓପନର ପ୍ରଥମ ମ୍ୟାଚରେ ମେଡଭେଦବଙ୍କୁ ଭେଟିବେ ପ୍ରଜନେଶ୍

Odisha Sports Bureau

‘ଖେଲୋ ଇଣ୍ଡିଆ’ଆପ ଦ୍ୱାରା କ୍ରୀଡ଼ା ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇପାରିବେ

Odisha Sports Bureau

Leave a Comment