Hockey

ଆରମ୍ଭ ହେଲା ଜୁନିୟର ମହିଳା ଚମ୍ପିୟନସିପ

ରାଉରକେଲା:ରାଉରକେଲା ଅରାମ୍ଭ ଲୋ ୧୩ତମ ହକି ଇଣ୍ଡିଆ ସବ ଜୁନିୟର ମହିଳା ଚମ୍ପିୟନସିପ-୨୦୨୩ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗତ କାଲି ସନ୍ଧ୍ୟାରେ ଉଦଘାଟିତ ହୋଇଛି । ୧୩ତମ ହକି ଇଣ୍ଡିଆ ସବ୍ ଜୁନିୟର ମହିଳା ଜାତୀୟ ଚମ୍ପିୟନସିପ ୨୦୨୩କୁ ଶୈଳେନ୍ଦ୍ର କୁମାର ଜେନା ସେକ୍ରେଟେରୀ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ଓଡିଶା, ରାଉରକେଲା ଇସ୍ପାତ କାରଖାନାର ନିର୍ଦ୍ଦେଶକ ଇନ୍-ଚାର୍ଜ, ଶ୍ରୀ ଅତନୁ ଭୋମିକ୍ , ରାଉରକେଲା ପୋଲିସ୍ ଅଧୀକ୍ଷକ ଶ୍ରୀ ମୁକେଶ କୁମାର ଭାମୁ , ରାଉରକେଲା ମ୍ୟୁନିସିପାଲ୍ କର୍ପୋରେସନ୍ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର ଏବଂ ଓଡିଶାର ହକି ଆସୋସିଏସନ୍ ସଚିବ ଶ୍ରୀ ସନାତନ ସାହୁ ଉଦଘାଟନୀ ସମାରୋହରେ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଗତକାଲି ଆରମ୍ଭ ହୋଇଥିବା ଚାରୋଟି ମ୍ୟାଚ ମଧ୍ୟ ରୁ ପ୍ରଥମ ମ୍ୟାଚ ରେ ପଞ୍ଜାବ ୩ ଏବଂ ଆନ୍ଧ୍ରପ୍ରଦେଶ ପ୍ରଦେଶ ୩ ଗୋଲ କରି ଡ୍ର ରହିଥିଲା । ଦ୍ୱିତୀୟ ମ୍ୟାଚ ରେ ମଣିପୁର ୩- ୦ ଗୋଲ ରେ ଗୁଜୁରାଟ କୁ ପରାସ୍ତ କରିଥିଲା। ତୃତୀୟ ମ୍ୟାଚ ରେ ଚଣ୍ଡୀଗଡ ୨୫- ୦ ଗୋଲରେ ଗୋଆ କୁ ପରାସ୍ତ କରିଥିଲା। ଚତୁର୍ଥ ତଥା ଶେଷ ମ୍ୟାଚ ରେ ଓଡିଶା ୨୦- ୦ ଗୋଲ ରେ କେରଳ କୁ ପରାସ୍ତ କରିଥିଲା ।

Related posts

ହକି ବିଶ୍ୱକପର ପ୍ରତିଟି ମ୍ୟାଚ ଦେଖିବା ବ୍ୟବସ୍ଥା ପ୍ରଶାସନ

Odisha Sports Bureau

ବିଶ୍ୱକପ ଜୁନିୟର ହକି ପାଇଁ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଛି ବେଲଜୟମ ଟିମ୍

Odisha Sports Bureau

ଚାମ୍ପିୟନ ଜୁଭେଣ୍ଟସ ପ୍ରତିଯୋଗିତାରେ ଅପରାଜେୟ ରେକର୍ଡ

Odisha Sports Bureau