Hockey

ହକି ବିଶ୍ଵକପ୍ ୨୦୨୩ ଉପଲକ୍ଷେ ଚିତ୍ରାଵଙ୍କନ ପ୍ରତିଯୋଗିତା ସହିତ ମିନି ମାରାଥନ ରେସ୍ ଅନୁଷ୍ଠିତ

ଖୋର୍ଦ୍ଧା (ଦିବ୍ୟକାନ୍ତ ବେହେରା) : ମଙ୍ଗଳବାଇର ଅପରାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ୟ୍ୟାଳୟ ପରିସରେ ଚଳିତ ବର୍ଷ ପୁରୁଷ ହକି ବିଶ୍ଵକପ୍ ୨୦୨୩ ନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ସ୍ଥାବନୀୟ ବାଲୁଗାଁ ଉଚ୍ଚ ବିଦ୍ୟାଳୟ , ଯୁଗଳ ଚରଣ ବାଳିକା ଉଚ୍ଚ ବିଦ୍ୟାଳୟ , ଚିଲିକାରାଣି ଇଂରାଜି ମାଧ୍ୟମିକ ବିଦ୍ୟାଳୟ ଏବଂ ସରଶ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଅଗଷ୍ଟ ୩୧ତାରିଖ ତଥା ସ୍ଵାୟତ ଶାସନ ଦିବସରେ ପୁରସ୍କୃତ କରାଯିବ ବୋଲି ବାଲୁଗାଁ ଏନ ଏସି କାର୍ୟ୍ୟନିର୍ବାହୀ ଅଧିକାରିଣୀ ସ୍ଵପ୍ନାରାଣି ପାଢୀ କହିଛନ୍ତି । ଆଜି ସକାଳ ୮ରେ ବାଲୁଗାଁସ୍ଥିତ ମା’ ଉତ୍ତରାୟଣୀ ମନ୍ଦିର ନିକଟରୁ ମାରାଥାନ ଜରିଆରେ ଦୌଡ ଆରମ୍ଭ କରି ପୋଲିସ୍ କର୍ମକର୍ତ୍ତା, ଏନଏସି କର୍ମକର୍ତ୍ତା, ଅଗ୍ନିଶମ କେନ୍ଦ୍ର କର୍ମକର୍ତ୍ତା , ବାଲୁଗାଁ କଲେଜର ଏନସିସି କ୍ୟାଡେଟଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ଏବଂ କିଛି ସାଧାରଣ ଜନତା ଭାଗ ନେଇ ଅଡିଟୋରିୟମ ହଲ୍ ନିକଟରେ ଶେଷ କରି ହକି ବିଶ୍ଵକପ୍ ୨୦୨୩କୁ ସ୍ଵାଗତମଂ ଜଣାଇଥିଲେ। ହକି ବିଶ୍ଵକପ୍ ଶୁଭ ଉଦଘାଟନୀ ଉତ୍ସବର ସିଧା ପ୍ରସାରଣ ଦୃଶ୍ୟ ଦେଖିବା ନିମନ୍ତେ ବାଲୁଗାଁ ଏନଏସି ପକ୍ଷରୁ କଲ୍ୟାଣ ମଣ୍ଡପ ଏବଂ ଅଡିଟୋରିୟମ ହଲରେ ପ୍ରୋଜେକ୍ଟରର ବ୍ୟବସ୍ଥା କରାଯାଇଛି।

Related posts

୨୦୨୩ରେ ହକି ବିଶ୍ୱକପ

Odisha Sports Bureau

ହକି ମହାସମର- ଦ୍ୱିତୀୟ ଦିନରେ ପୁଲ ‘ଏ’ ର ଦୁଇଟି ମ୍ୟାଚ୍ ଖେଳାଯିବ

Odisha Sports Bureau

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

Odisha Sports Bureau