Cricket

ମହିଳା କ୍ରିକେଟ ବିଶ୍ୱକପ ୨୦୨୨ କ୍ରୀଡାସୂଚୀ ଜାରି କଲା ଆଇସିସି

(ନୂଆଦିଲ୍ଲୀ): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୨ରେ ହେବାକୁ ଥିବା ମହିଳା କ୍ରିକେଟ ବିଶ୍ୱକପର କ୍ରୀଡାସୂଚୀ ମଙ୍ଗଳବାର ଜାରି କରିଛି । ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୪ରୁ ଏପ୍ରିଲ ୩ ପର୍ୟ୍ୟନ୍ତ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଓ୍ୱେଲିଂଟନର ବେସିନ ରିଜର୍ଭରେ ଖେଳାଯିବ । ତେବେ ଟୁର୍ଣ୍ଣାମେଣ୍ଟରରେ ଟିମ୍ ଇଣ୍ଡିଆ ମାର୍ଚ୍ଚ ୬ ତାରିଖରେ ପ୍ରଥମ ମ୍ୟାଚ ଖେଳିବ। ଭାରତ ବିଶ୍ବକପର ସମୁଦାୟ ୭ଟି ମ୍ୟାଚ୍ ଖେଳିବ। ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ୍ ଆଫ୍ରିକା ଓ ଇଂଲଣ୍ଡ ଭଳି ଶକ୍ତିଶାଳୀ ଟିମ ସହ ୪ଟି ମ୍ୟାଚ୍ ଖେଳିବା ପରେ ୩ଟି ମ୍ୟାଚ କ୍ୱାଲିଫାୟର ଟିମ୍ ସହ ଖେଳିବ। ଏପ୍ରିଲ ୩ ତାରିଖରେ ଖ୍ରୀଷ୍ଟଚର୍ଚ୍ଚ ଷ୍ଟାଡିଅମରେ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ ।

ସୂଚନାଯୋଗ୍ୟ, ୨୦୨୧ ଫେବୃଆରୀରେ ବିଶ୍ୱକପ ଅନୁଷ୍ଠିତ ହେବାର ଥିଲା। ମାତ୍ର କରୋନା ମହାମାରୀ କାରଣରୁ ଏହାକୁ ଏକ ବର୍ଷ ପାଇଁ ସ୍ଥଗିତ ରଖାଯାଇଥିଲା।

Related posts

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

Odisha Sports Bureau

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଭାରତୀୟ କ୍ରିକେଟ୍ ଦଳ: ବିସିସିଆଇ

Odisha Sports Bureau

ଡୋମିନିକାରେ ଟେଷ୍ଟ ସିରିଜ ପାଇଁ ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ

Odisha Sports Bureau