Cricket

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଲଢେଇ

ମୁମ୍ବାଇ: ଆଜିଠୁ ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯିବ । ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡଠୁ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରୋହିତ ସେନା ।

IND vs NZ: Captain and coach study pitch, watch Rahul Dravid get Rohit to  practice, VIDEO | | ind vs nz team india practice ahead of 1st t20 in  jaipur against new
ଦଳରେ ପରିବର୍ତ୍ତନ ପରେ ନୂଆ କୋଚ ଆଉ ନୂଆ ଅଧିନାୟକ ସହିତ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ । କୋଚ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ଭାବରେ ରୋହିତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ଏହି ସିରିଜରୁ ଓହରି ଯାଇଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ । ତେଣୁ ତାଙ୍କ ସ୍ଥାନରେ ଟିମ ସାଉଦି ଦଳର ମଙ୍ଗ ସମ୍ଭାଳିବେ ।

India vs New Zealand 2021 Test Series: Kane Williamson opts out of T20I  series vs India; Tim Southee named captain for first T20I | Cricket News -  Times of India
ସିରିଜର ଦ୍ୱିତୀୟ ମ୍ୟଚ ୧୯ ତାରିଖରେ ରାଞ୍ଚିରେ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ କୋଲକାତାରେ ୨୧ ତାରିଖ ଦିନ ଖେଳାଯିବାର ସୂଚୀ ରହିଛି । ଟି-୨୦ ସିରିଜ ପରେ ପ୍ରଥମ ଟେଷ୍ଟ ନଭେମ୍ବର ୨୫ ଏବଂ ଡିସେମ୍ବର ୩ରେ ଦ୍ୱିତୀୟ ମ୍ୟାଚ ଖେଳାଯିବ ।

Related posts

କ୍ରିକେଟରୁ ବିଦାୟ ନେଲେ Mr. 360

Odisha Sports Bureau

ଏହି ଦଳ ବିପକ୍ଷରେ ଋଷଭ ପନ୍ତ ପଡ଼ିଆକୁ ଫେରିବା ନିଶ୍ଚିତ!

Odisha Sports Bureau

ଭାରତର ପ୍ରଥମ ଇନିଂସ ଶେଷ, ୧୬ ରନରେ ଅଷ୍ଟ୍ରେଲିଆ ହରାଇଲା ପ୍ରଥମ ୱିକେଟ

Odisha Sports Bureau