Cricket

ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ

ବ୍ୟୁରୋ : ଶୁଭମନ ଗିଲ ଓ ରିଷବ ପନ୍ତଙ୍କ ଦମଦାର ଶତକ । ବିଜୟର ଦ୍ବାରଦେଶରେ ଟିମ ଇଣ୍ଡିଆ । ଜିତିବାକୁ ଭାରତକୁ ଦରକାର ଆଉ ୬ ୱିକେଟ । ବାଂଲାଦେଶକୁ ବିଜୟ ପାଇଁ ଆବଶ୍ୟକ ୩୫୭ । ଚେନ୍ନାଇରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ଶେଷ ହୋଇଛି ।
ପାଖାପାଖି ୬୩୪ ଦିନ ପରେ ଟେଷ୍ଟ୍ କ୍ରିକେଟ୍‌କୁ ଫେରି ଆବେଗ ଓ ଆତ୍ମବିଶ୍ବାସଭରା ଷଷ୍ଠ ଶତକରେ ଋଷଭ ପନ୍ତ (୧୦୯) ସମସ୍ତଙ୍କ ହୃଦୟ ଜିତିବାର ମାତ୍ର କିଛି ମିନିଟ୍ ପରେ କଳାତ୍ମକ ବ୍ୟାଟିଂ ପାଇଁ ପରିଚିତ ଶୁବମନ୍ ଗିଲ୍‌ (୧୧୯*) ପଞ୍ଚମ ଓ ପରାକ୍ରମୀ ଶତକ ହାସଲ କରି ଚେନ୍ନାଇ ଟେଷ୍ଟ୍‌ରେ ନିଜ ଅଭୁଲା ଚମକ ଛାଡ଼ିଛନ୍ତି। ଏହି ଦୁଇଜଣଙ୍କ ଅପରାଜିତ ଶତକ ପାଇଁ ଭାରତ ମଧ୍ୟ ପୂରା ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ସେହିଭଳି ବୋଲର ଓ କ୍ଷେତ୍ରରକ୍ଷକଙ୍କ ସମର୍ଥନ ବଳରେ ଦ୍ବିତୀୟ ପାଳିରେ ବାଂଲାଦେଶର ୪ ୱିକେଟ୍ ଝାଡ଼ି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା‌ ଆଧିପତ୍ୟଭରା ସ୍ଥିତିରେ ରହିଛି ଭାରତ। ସେପଟେ ୫୧୫ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଲାଦେଶ ଏବେବି ୩୫୭ ରନ୍ ପଛୁଆ ରହିଛି। ହାତରେ ୬ ୱିକେଟ୍ ଥିଲା ବେଳେ ପୂରା ଦୁଇ ଦିନର ଖେଳ ବାକି ଥିବାରୁ ମ୍ୟାଚ୍ ବଞ୍ଚାଇବା ଏହି ଦଳ ପାଇଁ କାଠିକର ପାଠ ହେବାକୁ ଯାଉଥିବା କିନ୍ତୁ ସ୍ପଷ୍ଟ ହୋଇଯାଇଛି।

Related posts

ରାହୁଲଙ୍କୁ ମିଳିଲା ନୂଆ ପରିବାର

Odisha Sports Bureau

WTC ଖେଳିବେ ଇଶାନ କିଶାନ୍

Odisha Sports Bureau

ଅବସର ଘୋଷଣା କରିଛନ୍ତି ଏଲିସା ହିଲି

Odisha Sports Bureau