Cricket

ଭାରତ ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ(ଓଡିଶା ସ୍ପୋର୍ଟସ): ଆସନ୍ତା ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି-୨୦ ପୁରୁଷ ବିଶ୍ୱକପ । ଏଥିପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସମସ୍ତଙ୍କ ନଜର ବିଶ୍ୱକପ ଉପରେ । ମୋଟ ୧୨ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ବେଳେ ଚିର ପ୍ରତିଦ୍ୱନ୍ଦି ଭାରତ ଏବଂ ପାକିସ୍ତାନ ଏବେ ପୁଣି କ୍ରିକେଟ ମଇଦାନରେ ଖେଳୁଥିବାର ନଜର ଆସିବେ । ଉଭୟ ଦଳ ଗୋଟିଏ ଗୃପରେ ସ୍ଥାନ ପାଇଥିବାରୁ ଲିଗ ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।
କ୍ରିକେଟ ଜଗତର ୨ ମାରମ୍ପରିକ ପ୍ରତିଦ୍ବନ୍ଦୀ କୁହାଯାଉଥିବା ଭାରତ ଏବଂ ପାକିସ୍ତାନ କ୍ରିକେଟ ଟିମ ଗ୍ରୁପ୍-ବି ରେ ରହିଛନ୍ତି । ଓମାନ ଏବଂ ୟୁଏଇରେ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ଯାଏଁ ଆୟୋଜିତ ହେବାକୁ ଯାଉଛି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ତେବେ ଗ୍ରପ୍ ବି ରେ ଭାରତ ଏବଂ ପାକିସ୍ତାନ ବ୍ୟତିତ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସମେତ ଆଉ ୨ଟି ଟିମ ରହିବେ । ଏ ନେଇ ICC ଘୋଷଣା କରିଛି ।

Related posts

ଆଇପିଏଲ୍ର ୧୨ତମ ସଂସ୍କରଣରେ ଫାଷ୍ଟ୍ ବୋଲରମାନେ ଖେଳିବେନି, ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି ବିରାଟ କୋହଲି

Odisha Sports Bureau

ଆଇସିସି ଟି-୨୦ ବୋଲର ର଼୍ୟାଙ୍କିଙ୍ଗରେ କୁଲଦୀପ ଦ୍ୱିତୀୟ

Odisha Sports Bureau

ଯୋଧପୁରରେ ପହଞ୍ଚିଲେ ଏମଏସ ଧୋନି; ଫଟୋ ଏବଂ ଅଟୋଗ୍ରାଫରେ ଜିତିଲେ କୁନି ପ୍ରଶଂସକଙ୍କ ହୃଦୟ 

Odisha Sports Bureau