Cricket

୩୪୫ରେ ଅଟକିଲା ଭାରତ

କାନପୁର: ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଶେଷ ହୋଇଛି ଭାରତର ପ୍ରଥମ ଇନିଂସ । ମୋଟ ୩୪୫ ରନ ମଧ୍ୟରେ ଅଟକିଛି ଭାରତ । ଦଳ ତରଫରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ଡେବ୍ୟୁଟାଣ୍ଟ ଶ୍ରେୟସ ଅୟର । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଦି ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଛନ୍ତି ।

Kanpur Test: Kiwis bowl out India for 345 | Cricket News | Onmanorama
ପ୍ରଥମ ଦିନରେ ଭାରତ ୪ ୱିକେଟ ହରାଇ ୨୫୮ ରନ ସଂଗ୍ରହ କରିଥିଲା । ତେବେ ଦ୍ୱିତୀୟ ଦିନରେ ଡେବ୍ୟୁଟାଣ୍ଟ ଶ୍ରେୟସ ଆୟର ଶତକ ହାସଲ କରିଥିଲେ । ତେବେ ଦ୍ୱିତୀୟ ଦିନରେ ଭାରତର ଖେଳାଳୀମାନେ କିୱି ବୋଲରଙ୍କ ଦ୍ରୁତ ବୋଲିଂ ଆଗରେ ଛତ୍ରଭଙ୍ଗ ଦେଇଥିଲେ । ଅନ୍ୟ କୌଣସି ଖେଳାଳୀ ବଡ ସ୍କୋର କରିବାରେ ସକ୍ଷମ ହୋଇ ପାରିନଥିଲେ । ଶ୍ରେୟସଙ୍କ ପରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଏବଂ ଓପନର ଶୁଭମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ୩୮ ରନ କରି ପାଭିଲିୟନ ଫେରିଥିଲେ । ଶେଷରେ ଭାରତ ୩୪୫ ରନ କରି ଅଲଆଉଟ ହୋଇଛି ।
ନ୍ୟୁଜିଲାଣ୍ଡ ତରଫରୁ ବୋଲିଂ କରି ଦ୍ରୁତ ବୋଲର ଟିମ ସାଉଦି ସର୍ବାଧିକ ୱିକେଟ ହାସଲ କରିଥିଲେ । ତାଙ୍କ ବ୍ୟତୀତ କାଏଲ ଜାମିସନ ୩ଟି ଏବଂ ଅଜାଜ ପଟେଲ ୨ଟି ୱିକେଟ ଅକ୍ତିଆର କରିଛନ୍ତି ।

Related posts

ଗତକାଲି ଆଇପିଏଲ ମ୍ୟାଚରେ ଶୁବମନ୍ ଗିଲ୍‌ଙ୍କ ଜଲୱା ଦେଖିବାକୁ ମିଳିଥିଲା

ମେଲବର୍ଣ୍ଣ ଗ୍ରାଉଣ୍ଡରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ନିର୍ଣ୍ଣାୟକ ଲଢେଇ

Odisha Sports Bureau

ଟି-୨୦ ବିଶ୍ୱକପ ପରେ ଅବସର ନେଇପାରନ୍ତି ତିନି ଖେଳାଳି; ଜାଣନ୍ତୁ କିଏ

Odisha Sports Bureau