Kabbadi More Sports

ପ୍ରଥମ ଥର ଭାରତର ପଦକ ସଂଖ୍ୟା ସେଞ୍ଚୁରୀ ଛୁଇଁଲା

ହାଙ୍ଗଝୋଉ: ଏସିଆନ ଗେମ୍ସରେ ଇତିହାସ ରଚିଲା ଭାରତ । ଭାରତର ମୋଟ୍ ପଦକ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ଗତକାଲି ତୀରନ୍ଦାଜୀ ଏବଂ କବାଡିରେ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୧୦୦ ଛୁଇଁଛି। ଏସିଆନ ଗେମ୍ସରେ ଭାରତ ଜିତିଥିବା ପଦକ ମଧ୍ୟରେ ୨୫ ସ୍ୱର୍ଣ୍ଣ, ୩୫ ରୌପ୍ୟ, ୪୦ ବ୍ରୋଞ୍ଜ ସହ ୧୦୦ ପଦକ ଜିତିଛି  । ୧୦୦ ପଦକ ସହ ଏସୀୟ କ୍ରୀଡା ତାଲିକାର ଚତୁର୍ଥ ସ୍ଥାନରେ ଅଛି ଭାରତ । ୧୯ତମ ଏସୀୟ କ୍ରୀଡ଼ାରେ ଗତକାଲି ୧୦୦ତମ ପଦକ ଜିତି ଭାରତୀୟ ଦଳ ଲକ୍ଷ୍ୟ ‘ଇସ୍ ବାର୍ ସୌ ପାର୍’ ହାସଲ କରିଛି।

ଭାରତର ଏହି କୃତ୍ବିତ୍ବକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ୍’ କରି ଲେଖିଛନ୍ତି: ଏସୀୟ କ୍ରୀଡ଼ାରେ ଭାରତ ନିମନ୍ତେ ଉଲ୍ଲେଖନୀୟ କୃତ୍ବିତ୍ବ। ନିର୍ଦ୍ଧାରିତ ଲକ୍ଷ୍ୟ ୧୦୦ଟି ପଦକ ହାସଲ କରିଥିବାରୁ ଭାରତବାସୀ ଉଲ୍ଲସିତ। ଆମର ଅସାଧାରଣ କ୍ରୀଡ଼ାବିତ୍, ଯେଉଁମାନଙ୍କ ଉଦ୍ୟମ ଭାରତକୁ ଏହି ସ୍ମରଣୀୟ କୃତ୍ବିତ୍ବ ଦିଗରେ ଅଗ୍ରସର କରାଇଲା, ସେମାନଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଅକ୍ଟୋବର ୧୦ ତାରିଖ ଦିନ ଭାରତୀୟ ଦଳକୁ ଆପ୍ୟାୟିତ କରିବି।

Related posts

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

Odisha Sports Bureau

ଡ଼ିସକସ ଥ୍ରୋ ,ସଟଫୁଟ ଥ୍ରୋରେ ସ୍ଵର୍ଣ୍ଣ ପଦକ ଜିତିଲେ ପାର୍ବତୀ

Odisha Sports Bureau

ଦୋହା ଏସିଆନ ଆଥଲେଟିକ୍ ଚାମ୍ପିଅନଶିପରେ ଦୂତିଙ୍କ ରେକର୍ଡ଼

Odisha Sports Bureau